fbpx
BSKY SKY
BSKY SKY

ଭାଇରସ୍ ବିରୋଧରେ କାମ କରୁନାହିଁ ଭ୍ୟାକ୍ସିନ୍, ତେଣୁ ଟିକାକରଣ ଧିମେଇ ଯାଇଛି ବୋଲି ସୂଚନା ଦେଲେ ଡାକ୍ତର

BSKY

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଘାତକ କରୋନା ଭାଇରସ୍ ସାର୍ସ-କୋଭ-୨ ବିରୋଧରେ ଭ୍ୟାକ୍ସିନ କାମ କରୁନାହିଁ । ଏନେଇ କୋଭିଡ୍ ଟିକା ସେପରି ଫଳପ୍ରଦ ହେଉନଥିବା ଜଣାପଡ଼ିଛି । ଫଳରେ ଦକ୍ଷିଣ ଆଫ୍ରିକାରେ ଟିକାକରଣ ଧିମେଇ ଯାଇଛି ବୋଲି ଦକ୍ଷିଣ ଆଫ୍ରିକାରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର ସୂଚନା ଦେଇଛନ୍ତି ।

ଡାକ୍ତର ଜଣକ କହିଛନ୍ତି ଯେ, ଗତବର୍ଷ ସଂକ୍ରମଣର ପ୍ରଥମ ଲହର ସମୟରେ ଦକ୍ଷିଣ ଆଫ୍ରିକାରେ ଲକଡାଉନ୍ ଜାରି କରାଯାଇଥିଲା । ସେହି ସମୟରେ ନିମ୍ନ ଆୟବର୍ଗଙ୍କ ଠାରେ ସଂକ୍ରମଣ ଅଧିକ ବଢ଼ିଇଥିଲା । ଦ୍ୱିତୀୟ ସଂକ୍ରମଣ ସମୟରେ ସାମୂହିକ ଟିକାକରଣ ସମ୍ଭାବନା ଥିବାରୁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଥିଲା । ମାତ୍ର ଦକ୍ଷିଣ ଆଫ୍ରିକାରେ ବି.୧.୩୫୧ ନାମକ ନୂତନ ଭାରିଏଣ୍ଟର କରୋନା ଭୁତାଣୁ ସେଠାରେ ଉପଲବ୍ଧ ଥିବା ସମସ୍ତ କୋଭିଡ୍ ଟିକାର ସୁରକ୍ଷା ବଳୟକୁ ଭେଦ କରିବାର କ୍ଷମତା ରଖିଛି । ତେଣୁ ସେଠାରେ ଟିକାକରଣ ଦ୍ରୁତ ହୋଇପାରୁ ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.