ଭୁୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଟିକାକରଣକୁ ମଧ୍ୟ ବଢାଇବାକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଏଣିକି ବିଦ୍ୟୁତ, ଜଳ ଯୋଗାଣ, ପରିବହନ ବିଭାଗ କର୍ମଚାରୀଙ୍କୁ ଟିକା ଦିଆଯିବ । ଏମାନଙ୍କୁ ସ୍ପଟ ଭ୍ୟାକ୍ସିନେସନ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ଷ୍ଟିୟରିଂ କମିଟି ମିଟିଂରେ ନିଷ୍ପତ୍ତି ନିଆଯାଇଛି । ସମ୍ପୃକ୍ତ କର୍ମଚାରୀଙ୍କୁ ଅଗ୍ରଣୀ କର୍ମୀ ଭାବେ ବିବେଚନା ନେଇ ନିଷ୍ପତ୍ତି ନିଆଯାଇଛି । ୩ ବିଭାଗର କର୍ମଚାରୀଙ୍କୁ ଟିକା ନେଇ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର ଓ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।