fbpx

ଖୁବ୍ ଶୀଘ୍ର ୨ରୁ ୧୮ ବର୍ଷ ବୟସ୍କଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ, ୧୩/୦୫(ଓଡିଶା ଭାସ୍କର): ଖୁବ୍ ଶୀଘ୍ର ୨ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟ୍ରାଏଲ୍ ପାଇଁ ଅନୁମତି ଦିଆଯାଇଛି । ଭାରତ ବାୟୋଟେକକୁ କ୍ଲିନିକାଲ୍ ପରୀକ୍ଷା ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ଦିଆଯାଇଛି । ଅଳ୍ପ ବୟସ୍କଙ୍କୁ ଟିକାକରଣ ପାଇଁ କୋଭାକ୍ସିନ୍ ଟିକାର ଟ୍ରାଏଲ୍ କରାଯିବ । ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଟ୍ରାଏଲ୍ ସରିଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ଟ୍ରାଏଲ୍ ନିମନ୍ତେ ଅନୁମତି ଦିଆଯାଇଛି । ୫୨୫ ଜଣ ସ୍ୱେଚ୍ଛାସେବୀଙ୍କ ଠାରେ ପରୀକ୍ଷା କରାଯିବ ବୋଲି ସୁଚନା ରହିଛି ।

Get real time updates directly on you device, subscribe now.