fbpx

Indian Idol: ବୈଭବ ଗୁପ୍ତା ହେଲେ ୧୪ତମ ସଂସ୍କରଣର ବିଜେତା, ମିଳିଲା ୨୫ ଲକ୍ଷ ପୁରସ୍କାର ରାଶି

ନୂଆଦିଲ୍ଲୀ: ଦେଶର ଅନ୍ୟତମ ସଙ୍ଗୀତଭିତ୍ତିକ ଲୋକପ୍ରିୟ ରିୟଲିଟୀ ଶୋ’ ‘ଇଣ୍ଡିଆନ ଆଇଡଲ’ର ୧୪ତମ ସଂସ୍କରଣର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ବୈଭବ ଗୁପ୍ତ ହୋଇଛନ୍ତି ଇଣ୍ଡିଆନ୍ ଆଇଡଲର ନୂଆ ବିଜେତା । ବୈଭବଙ୍କୁ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ବଲିଉଡର ପ୍ରଖ୍ୟାତ ଗାୟକ ସୋନୁ ନିଗମ ବିଜେତାଙ୍କ ନାମ ଘୋଷଣା କରିଥିଲେ । ଇଣ୍ଡିଆନ ଆଇଡଲର ପ୍ରଥମ ୩ଟି ସିଜିନରେ ସୋନୁ ଜଜ ରହିଥିଲେ ।

ଉତ୍ତରପ୍ରଦେଶର କାନପୁରରେ ଜନ୍ମିତ ବୈଭବଙ୍କୁ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ପ୍ରଥମ ରନର ଅପ୍ ଶୁଭଦୀପ ଦାସ ଚୌଧୁରୀ, ଦ୍ୱିତୀୟ ରନର ଅପ୍ ପୀୟୂଷ ପନୱାର ଓ ତୃତୀୟ ରନର ଅପ୍ ଅନନ୍ୟା ପାଳଙ୍କୁ ଯଥାକ୍ରମେ ୫ ଲକ୍ଷ, ୫ ଲକ୍ଷ ଓ ୩ ଲକ୍ଷ ଲେଖାଏଁ ପ୍ରାଇଜ୍ ମନି ପ୍ରଦାନ କରାଯାଇଥିଲା । ସମସ୍ତ ବିଜେତାଙ୍କ ପ୍ରଦର୍ଶନଙ୍କୁ ସୋନୁ ଭୂୟଶୀ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.