ଆଜିଠୁ ନିୟମିତ ଟ୍ରେନ, କଟ୍ରାରୁ ଶ୍ରୀନଗରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍
ଆଜିଠାରୁ କଟ୍ରାରୁ ଶ୍ରୀନଗରକୁ ନିୟମିତ ଗଡ଼ିବ ଟ୍ରେନ । ଏଣିକି କଟ୍ରାରୁ ଶ୍ରୀନଗର ଯାତ୍ରା ମାତ୍ର 3 ଘଣ୍ଟା । ଆଜିଠୁ ନିୟମିତ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ।
ଶ୍ରୀନଗର: ଆଜିଠାରୁ କଟ୍ରାରୁ ଶ୍ରୀନଗରକୁ ନିୟମିତ ଗଡ଼ିବ ଟ୍ରେନ । ଏଣିକି କଟ୍ରାରୁ ଶ୍ରୀନଗର ଯାତ୍ରା ମାତ୍ର 3 ଘଣ୍ଟା । ଆଜିଠୁ ନିୟମିତ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ । ସପ୍ତାହରେ 6 ଦିନ ମିଳିବ ଏହି ଟ୍ରେନ ସେବା ।
ତେବେ ଗତକାଲି ଅର୍ଥାତ୍ ଜୁନ୍ 6 ତାରିଖରେ ଜମ୍ମୁ-କାଶ୍ମୀରର ଚେନାବ ନଦୀ ଉପରେ ବିଶ୍ବର ସବୁଠୁ ଉଚ୍ଚ ଚେନାବ୍ ରେଳସେତୁର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସେତୁ ଜମ୍ମୁ ଓ କାଶ୍ମୀର ରିଆସି ଜିଲ୍ଲାର କାଉରି ଓ ବକ୍ଲାଲ ଅଞ୍ଚଳକୁ ସଂଯୋଗ କରିବ ।
ଏଥି ସହିତ ଦୁଇଟି ବନ୍ଦେ ଭାରତ ଟ୍ରେନର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାଦ୍ବାରା ଶ୍ରୀନଗରରକୁ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଗଡ଼ିବ । ଫଳରେ ମାତ୍ର 3 ଘଣ୍ଟା ମଧ୍ୟରେ କଟ୍ରାରୁ ଶ୍ରୀନଗର ଯାତ୍ରା ସମ୍ଭବ ହୋଇପାରିବ ।
ଏପଟେ ଭାରତୀୟ ରେଳ ବିଭାଗ ଦ୍ବାରା ଅଞ୍ଜିଠାରେ ନିର୍ମିତ ପ୍ରଥମ କେବୁଲ୍ ବ୍ରିଜ୍ ମଧ୍ୟ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାର ଉଚ୍ଚତା 193 ମିଟର, ଦୈର୍ଘ୍ୟ 725 ମିଟର ଥିବା ବେଳେ 290 ମିଟର ମେନ ସ୍ପାନ୍ ରହିଛି । ଏହି ବ୍ରିଜ୍ ଜମ୍ମୁ କାଶ୍ମୀରର କଟ୍ରା ଓ ରଆସି ଜିଲ୍ଲାକୁ ସଂଯୋଗ କରିବ ।
ମୋଟ ଉପରେ ଜମ୍ମୁ କାଶ୍ମୀରକୁ 46 ହଜାର କୋଟିର ରେଳ ପ୍ରକଳ୍ପର ଭେଟି ଦେଇଛନ୍ତି ନରେନ୍ଦ୍ର ମୋଦୀ । ସବୁଠୁ ବଡ଼ କଥା ହେଉଛି ଦୀର୍ଘ 78 ବର୍ଷ ଧରି ଭାରତର କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସଂଯୋଗ କରିବାକୁ ଭାରତୀୟ ରେଳପଥର ଯେଉଁ ସ୍ବପ୍ନ ଥିଲା ତାହା ଏହି ରେଳ ପୋଲ ସହ ସାକାର ହୋଇଛି ।