ଦେଖା କରିବାକୁ ଡାକିଲା ମୁସଲିମ୍ ପ୍ରେମିକ, ପରେ ୭ ଦିନ ପର୍ଯ୍ୟନ୍ତ ୭ ଯୁବକ କଲେ ଗ୍ୟାଙ୍ଗରେପ୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାଣସୀରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଯୁବତୀ ତାଙ୍କ ପରିବାରକୁ କହିଛନ୍ତି ଯେ, ମାର୍ଚ୍ଚ ୨୯ ତାରିଖରେ ତାଙ୍କ ପ୍ରେମିକ ତାଙ୍କୁ ମାଲଦାହିଆର ଏକ ହୁକା ବାର୍ କୁ ନେଇ ଯାଇଥିଲେ । ତାଙ୍କର ଅନ୍ୟ ସାଥୀମାନେ ମଧ୍ୟ ସେଠାରେ ଥିଲେ । ଦୁଇଜଣ ଯୁବକ ଯୁବତୀଙ୍କ ପରିଚିତ ମଧ୍ୟ ଥିଲେ । ଯେତେବେଳେ ସେ ବାକି ଅନ୍ୟମାନଙ୍କୁ ଜାଣି ନଥିଲେ ।

ହୁକ୍କା ବାରରେ ସେମାନେ ଯୁବତୀଙ୍କୁ ନିଶାଯୁକ୍ତ ପାନୀୟ ଦେଇଥିଲେ ଏବଂ ବଳାତ୍କାର କରିଥିଲେ । ୭ ଦିନ ଧରି ସେମାନେ ହୁକା ବାର୍ ଏବଂ ବିଭିନ୍ନ ହୋଟେଲରେ ଝିଅଟିକୁ ଗଣବଳାତ୍କାର କରି ଚାଲିଥିଲେ । ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି । ବାକି ଅନ୍ୟ ଦୁର୍ବୃତ୍ତଙ୍କ ସନ୍ଧାନ ଜାରି ରହିଛି ।

ସୂଚନା ଅନୁଯାୟୀ, ଲାଲପୁର- ପାଣ୍ଡେପୁର ଥାନା ଅଞ୍ଚଳର ହୁକୁଲଗଞ୍ଜର ଝିଅଟି ମାର୍ଚ୍ଚ ୨୯ ତାରିଖରୁ ନିଖୋଜ ଥିଲା । ପରିବାର ଲୋକ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ପୋଲିସ ୪ ଏପ୍ରିଲ ସନ୍ଧ୍ୟାରେ ଝିଅଟିକୁ ଉଦ୍ଧାର କରିଥିଲା ।

ତେବେ ଯୁବତୀ ଜଣକ ବିପିଏଡରେ ଆଡମିଶନ ପାଇଁ ପ୍ରସ୍ତୁତ ହେଉଥିଲା । ଏହା ବ୍ୟତୀତ ସେ କଲେଜରେ ମଧ୍ୟ ରନିଂ କରୁଛନ୍ତି । ପୀଡିତା ପୋଲିସକୁ କହିଛନ୍ତି ଯେ, ତାଙ୍କର ଇନଷ୍ଟାଗ୍ରାମରେ ସାଜିଦ ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା ହୋଇଥିଲା । ଯୁବକ ଜଣକ ନିଜେ ତାଙ୍କର ଅନ୍ୟ ବନ୍ଧୁମାନଙ୍କ ସହିତ ମଧ୍ୟ ଫ୍ରେଣ୍ଡସିପ୍ କରାଇଥିଲେ । ୨୯ ମାର୍ଚ୍ଚରେ ପ୍ରେମିକ ସାଜିଦ ତାଙ୍କୁ ଭେଟିବା ପାଇଁ ଡାକିଥିଲେ । ଏହା ପରେ ତାଙ୍କ ବନ୍ଧୁମାନଙ୍କ ସହିତ ମିଶି ୭ ଦିନ ପର୍ଯ୍ୟନ୍ତ ଖରାପ କାମ କଲେ ।

ହୁକା ବାର-ହୋଟେଲରେ ଚଢାଉ

କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ତିନୋଟି ପୋଲିସ ଦଳ ନିରନ୍ତର ଚଢାଉ କରୁଛନ୍ତି । ଏହି ଘଟଣା ଘଟିଥିବା ହୁକ୍କା ବାର ଏବଂ ହୋଟେଲରେ ମଧ୍ୟ ପୋଲିସ ଚଢାଉ କରିଥିଲା । ଅଭିଯୁକ୍ତମାନଙ୍କ ମଧ୍ୟରେ ଅନ୍ୟ ସମ୍ପ୍ରଦାୟର ଯୁବକମାନେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିବାରୁ ପୋଲିସ ଏହି ମାମଲାକୁ ଅତ୍ୟନ୍ତ ସମ୍ବେଦନଶୀଳତାର ସହିତ ବିଚାର କରୁଛି ।