fbpx

(Video) ଚର୍ଚ୍ଚାରେ ବର୍ଷା-ଅନୁଭବ ରାଜନୀତି: ପରିବାର ପରେ ଏବେ ନିର୍ବାଚନରେ ହେବ ଲଢେଇ

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିରେ ଏବେ ଖୁବ ଚର୍ଚ୍ଚାରେ ରହିଛି ବର୍ଷା-ଅନୁଭବଙ୍କ ଭୂମିକା । ଜଣେ ସାଂସଦରୁ ଷ୍ଟାର ପ୍ରଚାରକ ପାଲଟିଛନ୍ତି ତ ଆଉ ଜଣେ ଷ୍ଟାର ପ୍ରଚାରକରୁ ସିଧା ବିଧାୟକ ପ୍ରାର୍ଥୀ । ପୁଣି ଉଭୟ ପରସ୍ପର ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି । ଅନୁଭବ ବିଜେଡିରୁ କେନ୍ଦ୍ରାପଡ଼ା ସାଂସଦ ଥିବା ବେଳେ ଷ୍ଟାର ପ୍ରଚାରକରୁ ସିଦା ବଡ଼ଚଣା ବିଧାୟକ ପ୍ରାର୍ଥୀ ଭାବରେ ଟିକେଟ ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସେପଟେ ଅନୁଭବ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ବର୍ଷା ବିଜେଡିରେ ସାମିଲ ହୋଇ ଟିକେଟ ମଧ୍ୟ ପାଇଛନ୍ତି । ପୂର୍ବରୁ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଏହି ନିର୍ବାଚନ ଦୁଇ ସିନେ ଷ୍ଟାରଙ୍କୁ ନେଇ ଆହୁରି ଚର୍ଚ୍ଚା ବଢାଇଛି ।

ରାଜନୀତି କଣ ଜାଣିନଥିଲେ । ଅଭିନୟ ଦୁନିଆରେ ଘୁରି ବୁଲୁଥିଲେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । କେବଳ ଯାହା କରୁଥିଲେ ତାହା ହେଉଛି ସମାଜ ସେବା । ହେଲେ ହଠାତ ବିଜେଡି ଡାକିଲା ଆଉ ହାତରେ ଧରାଇ ଦେଲା ବିଧାୟକ ପ୍ରାର୍ଥୀ ଟିକେଟ । ସେବେଠାରୁ ଘରେ ବସୁନାହାନ୍ତି ବର୍ଷା । ଗାଁରୁ ଗାଁ, ଘରକୁ ଘର ଘୁରି ବୁଲି ବୁଝୁଛନ୍ତି ଜନତାଙ୍କ ଦୁଃଖ । ବର୍ଷାଙ୍କ କ୍ରେଜରେ ଏବେ ପୁରା ବଡ଼ଚଣା ଅଞ୍ଚଳ । ଯାହାକୁ ଦେଖିଲା ପରେ ଅନୁଭବ ମହାନ୍ତି ମଧ୍ୟ ଚମକି ପଡ଼ିଛନ୍ତି । ଟିକେଟ ପାଇଁ ଏବେ ବି ଅପେକ୍ଷା କରିଥିବା ଅନୁଭବ ମହାନ୍ତି ବର୍ଷାଙ୍କ ଏଭଳି କ୍ରେଜକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଆଗରୁ ସିନା ରାଜନୀତି କେବେ କରି ନଥିଲେ ହେଲେ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାର ସାଂସଦ ଥିବା ସମୟରେ ବର୍ଷା ତାଙ୍କ ସହ ରହି କେମିତି ରାଜନୀତି କରିବାକୁ ହୁଏ ତାହା ଶିଖି ଯାଇଛନ୍ତି ବର୍ଷା । ଯାହା ଏବେ ସେ ବଡ଼ଚଣାରେ ରହି ତାକୁ ଉପଯୋଗ କରିବେ । ପୁରା ବିଜେଡି ଏବେ ବର୍ଷାଙ୍କ ସହ ରହିଛି । ବର୍ଷାଙ୍କୁ ବଡ଼ଚଣାରୁ ଜିତାଇବା ପାଇଁ ବିଜେଡି ତାର ସବୁ କସରତ ଲାଗାଇବ ବୋଲି ଜଣା ପଡ଼ିଛି । କାରଣ ଶଙ୍ଖ ଭବନକୁ ଡାକି ଦଳ ବର୍ଷାଙ୍କ ସହ ବୈଠକ କରିଥିଲା । ଯେଉଁଥିରୁ ଜଣା ପଡ଼ୁଛିକି କେବେ ନିର୍ବାଚନ ଲଢ଼ି ନ ଥିବା ବର୍ଷାଙ୍କୁ ବୁଷ୍ଟର ଯୋଗାଇଛି ବିଜେଡି ।

ସେପଟେ ଅନୁଭବ ମହାନ୍ତି ବିଜେଡିରୁ ବିଦାୟ ନେଇ ବିଜେପିରେ ସାମିଲ ହୋଇଛନ୍ତି । କିନ୍ତୁ ବିଜେପି ଏପର୍ଯ୍ୟନ୍ତ ଅନୁଭବ ମହାନ୍ତିଙ୍କୁ କୌଣସି ଟିକେଟ ଦେଇନାହିଁ । ତେବେ ବର୍ତ୍ତମାନ ଷ୍ଟାର ପ୍ରଚାରକ ଭାବରେ ତାଙ୍କୁ ସ୍ଥାନ ଦେଇଥିବା ବେଳେ ଆଗକୁ କଟକ ବାରବାଟୀରୁ ଅନୁଭବଙ୍କୁ ବିଧାୟକ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ବର୍ଷା ବିଜେଡିରେ ମିଶୁ ମିଶୁ ଗେହ୍ଲା ଝିଅ ପାଲଟି ଯାଇଥିଲେ । ଦଳ ସଙ୍ଗେ ସଙ୍ଗେ ତାଙ୍କୁ ବଡ଼ଚଣାରୁ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ଦେଇଛି ବିଜୁ ଜନତା ଦଳ । ତେଣୁ ଉଭୟଙ୍କ ନିଷ୍ପତ୍ତି ଏବଂ ପଦକ୍ଷେପକୁ ନେଇ ମଧ୍ୟ ଆଲୋଚନା ହେଉଛି ।

Get real time updates directly on you device, subscribe now.