fbpx

ଶ୍ରୀମନ୍ଦିର ପରିକ୍ରମା ପକଳ୍ପ ପ୍ରସଙ୍ଗରେ ଅପରାଜିତାଙ୍କୁ ଟାର୍ଗେଟ କଲେ ବର୍ଷା: କହିଲେ ଏହାକୁ ନେଇ କରନ୍ତୁନି ରାଜନୀତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଦିନକୁ ଦିନ ରାଜନୀତି ତେଜିବାରେ ଲାଗିଛି । ମାର୍ଚ୍ଚ ୩୧ ତାରିଖରେ ଦିଲ୍ଲୀରେ ସଂସଦରେ ପୁରୀ ସାଂସଦ ପିନାକୀ ମିଶ୍ର ଶ୍ରୀମନ୍ଦିର ନିକଟରେ କେବଳ ଚାରିଟି ଟଏଲେଟ ତିଆରି ହେଉଥିବା କହିବା ପରଠାରୁ ବିରୋଧୀ ଏହି ଘଟଣାକୁ ନେଇ ଲଗାତାର ଟାର୍ଗେଟ କରିଛନ୍ତି ।

ଆଉ ଏବେ ଏହି ପ୍ରସଙ୍ଗରେ ଟ୍ୱିଟ କରି ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା କହିଛନ୍ତି ମନ୍ଦିର ଯିବାବେଳେ ମହିଳା ଭକ୍ତ ସମସ୍ୟାର ସାମ୍ନା କରିଥାନ୍ତି । ପବ୍ଲିକ୍ ଟଏଲଟ ନଥିବାରୁ ଅସୁବିଧାର ସାମ୍ନା କରଥାନ୍ତି ମହିଳା ଭକ୍ତି, କିନ୍ତୁ ଯଦି ସରକାର ଏସବୁ ସୁବିଧା କରୁଛନ୍ତି, ଆପଣଙ୍କ ସମସ୍ୟା କେଉଁଠି? ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ । କାଶୀ, ବଦ୍ରିନାଥରେ ବିକାଶ ହେଉଛି ପୁରୀ ଓ ଭୁବନେଶ୍ୱରକୁ ବିରୋଧ କାହିଁକି? ବୋଲି ପ୍ରଶ୍ନ କରିଛନ୍ତି ବର୍ଷା ସେ ଆହୁରି କହିଛନ୍ତି ଆପଣଙ୍କୁ ଜଣେ ବିଜ୍ଞ ରାଜନେତା ଭାବୁଥିଲି ହେଲେ ନିରାଶ କଲେ । ପୁରୀ, ଲିଙ୍ଗରାଜ ଯାଇଥିବା ମହିଳାଙ୍କ କଷ୍ଟ ଆପଣ ବୁଝିବେ ବୋଲି ଆଶା । ଭକ୍ତଙ୍କ ସୁବିଧା ପାଇଁ ହେଉଥିବା ବିକାଶକୁ ବିରୋଧ କରନ୍ତୁନି ବୋଲି କହିଛନ୍ତି ବର୍ଷା ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦରେ ଅଭିଯୋଗ କରି କହିଥିଲେ ଯେ ଶ୍ରୀମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ଚାଲିଥିବା ଖନନ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି ସେ ଆହୁରି ଅଭିଯୋଗ କରିଥିଲେ ଯେ ରାଜ୍ୟ ସରକାର ଏନଏମଏ, ଏଏସଆଇର ବିନା ଅନୁମତିରେ ନିଷିଦ୍ଧାଞ୍ଚଳରେ କାମ କରୁଛନ୍ତି । ତେବେ ତାଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ବିଜେଡି ସାଂସଦ କହିଥଲେ ଯେ ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ କେବଳ ଚାରିଟି ଟଏଲେଟ ନିର୍ମାଣ ହେଉଛି ।

ପରବର୍ତ୍ତୀ ସମୟରେ ପୁଣି ଥରେ ବିଜେଡି ସାଂସଦ ସଫେଇ ରଖି କହିଥିଲେ ଯେ ସମୟ ଅଭାବରୁ କେବଳ ଚାରିଟି ଟଏଲେଟ ନିର୍ମାଣ କରିବା କହିଥିଲେ ବୋଲି ସଫେଇ ରଖିଥିଲେ ପିନାକୀ ଏବଂ ଏଏସଆଇର ସାର୍ଟିଫିକେଟ ମଧ୍ୟ ଦେଖାଇଥିଲେ । ତେବେ ଅପରାଜିତା ପୁଣି ତାଙ୍କୁ ଟାର୍ଗେଟ କରିବା ସହ ତାହା ଏଏସଆଇର ସାର୍ଟିଫିକେଟ ନୁହେଁ ଚିଠି ବୋଲି କହିଥିଲେ ଅପରାଜିତା ।

 

 

Get real time updates directly on you device, subscribe now.