fbpx

ମହଙ୍ଗା ପଡିଲା ଲଖୀମପୁର ମନ୍ତବ୍ୟ; ଜାତୀୟ କାର୍ଯ୍ୟକାରିଣୀରୁ ବାଦ ପଡିଲେ ବରୁଣ ଓ ମାନେକା

Advertisement

ନୂଆଦିଲ୍ଳୀ: ଲଖୀମପୁର ହିଂସାକାଣ୍ଡକୁ ନେଇ ବିଜେପି ବିରୋଧି ବୟାନ ବରୁଣ ଗାନ୍ଧୀ ଓ ମାନେକା ଗାନ୍ଧୀଙ୍କୁ ମହଙ୍ଗା ପଡିଛି । ବିବାଦୀୟ ଟ୍ୱିଟ୍ କାରଣରୁ ମା-ପୁଅ ଯୋଡିଙ୍କୁ ବିଜେପି କାର୍ଯ୍ୟକାରିଣୀ ଦଳରୁ ବାଦ ଦିଆଯାଇଛି । ଗୁରୁବାର ବିଜେପି ପକ୍ଷରୁ ୮୦ ଜଣିଆ କାର୍ଯ୍ୟକାରିଣୀ ଦଳ ଘୋଷଣା କରାଯାଇଥିବା ବେଳେ ଏହି ଦୁଇ ନେତାଙ୍କୁ ବାଦ ଦିଆଯାଇଛି । ଲଖୀମପୁର ଖେରୀରେ ହିଂସାକାଣ୍ଡରେ ୮ ଜଣଙ୍କ ପ୍ରାଣହାନି ଘଟିଥିଲା । ୪ ଜଣ କୃଷକଙ୍କ ଓ ଜଣେ ସାମ୍ବାଦିକଙ୍କ ସମେତ ୮ ଜଣଙ୍କ ପ୍ରାଣହାନି ଘଟିଥିଲା । ବିଜେପି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡି ଚଢାଇ ୪ ଜଣ ଚାଷୀଙ୍କୁ ମାରିଥିବାର ଅଭିଯୋଗ ଆସିଥିଲା ।

ପିଲିଭିତରୁ ସାଂସଦ ରହିଥିବା ବରୁଣ ଗାନ୍ଧୀ ବିଜେପିର ଏଭଳି ମନୋଭାବକୁ ସମାଲୋଚନା କରିଥିଲେ । ବରୁଣ ଟ୍ୱିଟ କରି ଲେଖିଥିଲେ କି ଭିଡିଓରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି ହତ୍ୟା ଦ୍ୱାରା ଆପଣ କୌଣସି ଆନ୍ଦୋଳନକୁ ଦବାଇ ପାରିବେ ନାହିଁ । ସରକାର ଏହାର ଜବାବଦାର ରହିବା ଆବଶ୍ୟକ ଏବଂ ପୀଡିତଙ୍କୁ ନ୍ୟାୟ ମିଳିବା ଉଚିତ ବୋଲି ବରୁଣ ଟ୍ୱିଟ କରିଥିଲେ ।

Get real time updates directly on you device, subscribe now.