fbpx

Vastu Tips: ଜୀବନରେ ଦେଖାଦିଏ ଆର୍ଥିକ ସଂକଟ, ବୃଦ୍ଧି ହୁଏ ଟେନସନ୍, Bedroomରେ ଥିଲେ ଏହି ଜିନିଷ ତୁରନ୍ତ କରନ୍ତୁ ବାହାର

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ କୋଣ ଏବଂ ଜିନିଷ ପାଇଁ କିଛି ବାସ୍ତୁ ନିୟମ ରହିଛି । ଘରର ପ୍ରତ୍ୟେକ କୋଣ ନକାରାତ୍ମକ ଏବଂ ସକାରାତ୍ମକ ଉର୍ଜ୍ଜା ସହ ଜଡ଼ିତ । ଘରେ ବାସ୍ତୁ ଦୋଷ ଥିଲେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ଘରେ ବିଶ୍ରାମ ପାଇଁ ଉପଯୁକ୍ତ ସ୍ଥାନ ହେଉଛି ବେଡରୁମ୍ । ବେଡରୁମ ସହ କିଛି ବାସ୍ତୁ ନିୟମ ଜଡ଼ିତ ଯାହାର ପାଳନ ନକଲେ ବିଶେଷ କରି ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିଥାଏ । ଜାଣଅଜାଣତରେ ଅଧିକାଂଶ ବ୍ୟକ୍ତି ବେଡରୁମରେ ଏମିତି ଜିନିଷ ରଖିଥାଉ ଯାହାର ପ୍ରଭାବ ଆମ ମାନସିକ, ଆର୍ଥିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ବେଡରୁମରେ କେଉଁ ସବୁ ଜିନିଷ ରଖିବା ଉଚିତ ନୁହେଁ ।

୧. ଜୋତା: ବେଡରୁମରେ ଜୋତା, ଚପଲ ଆଦି ରଖନ୍ତୁ ନାହିଁ । ଏହା ଦ୍ୱାରା ନକାରାତ୍ମକ ଉର୍ଜ୍ଜା ସୃଷ୍ଟି ହୋଇଥାଏ । ଫଳରେ ବ୍ୟକ୍ତିକୁ ମାନସିକ ସ୍ତରରେ ଅଶାନ୍ତ ରହିଥାଏ । ଏହା ସହ ମାତା ଲକ୍ଷ୍ମୀ ମଧ୍ୟ ରୁଷ୍ଟ ହୋଇଥାନ୍ତି ।

୨. ପୁରୁଣା ଏବଂ ଫଟା କପଡ଼ା: ଅଧିକାଂଶ ବ୍ୟକ୍ତି ପୁରୁଣା ପୋଷାକ ସାଇତି ରଖିଥାନ୍ତି । କିନ୍ତୁ ବେଡରୁମରେ ପୁରୁଣା କିମ୍ବା ଫଟା ପୋଷାକ ରଖିବା ଦାରିଦ୍ରତାର କାରଣ ପାଲଟିଥାଏ । ଜୀବନରେ ଆର୍ଥିକ ସମସ୍ୟା ଦେଖାଦେଇପାରେ । ବିଶେଷ କରି ଅସନା କପଡ଼ା କବାଟ ପଛରେ ଟାଙ୍ଗି ରଖନ୍ତୁ ନାହିଁ ।

୩. ଝାଡ଼ୁ: ଝାଡ଼ୁରେ ମାତା ଲକ୍ଷ୍ମୀଙ୍କ ବାସ ଥାଏ ବୋଲି ବିଶ୍ୱାସ ରହିଛି । ବେଡରୁମରେ ଝାଡ଼ୁ ରଖିଲେ ପରିବାର ସଦସ୍ୟଙ୍କ ମଧ୍ୟରେ କହଳ ସୃଷ୍ଟି ହୋଇଥାଏ । ତେଣୁ ନିର୍ଦ୍ଦିଷ୍ଟ ସ୍ଥାନରେ ଝାଡ଼ୁ ରଖନ୍ତୁ ।

୪. ପୁରୁଣା ଏବଂ ଖରାପ ଇଲେକ୍ଟ୍ରିକାଲ ଯନ୍ତ୍ରପାତି: ଖରାପ ପଡ଼ି ରହିଥିବା ଚାର୍ଜର, ଫୋନ୍, ହେୟାର ଡ୍ରାୟର, ହେଡଫୋନ୍, ଲାପଟପ୍ ଇତ୍ୟାଦି ଇଲେକ୍ଟ୍ରିକାଲ ଯନ୍ତ୍ରପାତି ବେଡରୁମରେ ରଖନ୍ତୁ ନାହିଁ । ଏହା ଦ୍ୱାରା ରାହୁ ଦୋଷ ଉତ୍ପନ୍ନ ହୋଇଥାଏ । ତେଣୁ ତୁରନ୍ତ ଏହିଗୁଡ଼ିକୁ କବାଡ଼ିରେ ଦେଇଦିଅନ୍ତୁ ନଚେତ୍ ରିପେୟାର କରନ୍ତୁ ।

୫. ତାଜମହଲ ଫଟୋ କିମ୍ବା ଶୋ’ପିସ୍: ବାସ୍ତବରେ ତାଜମହଲ ହେଉଛି ଏକ ଶ୍ମଶାନ । ତେଣୁ ବେଡରୁମରେ ତାଜମହଲ ଫଟୋ କିମ୍ବା ଶୋ’ପିସ୍ ରଖିଲେ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ କୌଣସି ଭଗବାନଙ୍କ ଫଟୋ ଲଗାଇବା କିମ୍ବା ଠାକୁର ଘର ରଖିବା ଉଚିତ ନୁହେଁ ।

Get real time updates directly on you device, subscribe now.