fbpx

ଦରମା ବଢୁନି କି ପ୍ରମୋଶନ ହେଉନି, ଅଫିସ୍ ଡେକ୍ସରେ ରଖନ୍ତୁ ଏହିସବୁ ଜିନିଷ ନିଶ୍ଚୟ କାମ ହୋଇଯିବ

Advertisement

ନୂଆଦିଲ୍ଲୀ:ଘର ପରି ଅଫିସ୍ ରେ ବି ସକରାତ୍ମକ ଶକ୍ତି ରହିବା ବହୁତ ଜରୁରୀ । ବାସ୍ତୁ ଶାସ୍ତ୍ରରେ ଅଫିସ୍ ଲାଗି ବହୁ ବାସ୍ତୁ ଉପାୟ ବିଷୟରେ ଉଲ୍ଲେଖ ରହିଛି ଯାହା ଆପଣଙ୍କୁ କର୍ମକ୍ଷେତ୍ରରେ ଓ ଜୀବନରେ ଆଗକୁ ବଢିବାରେ ସହାୟକ ହେବ ।
ଅଫିସରେ ସବୁ କର୍ମଚାରୀ ପରିଶ୍ରମ କରିଥାନ୍ତି । କିନ୍ତୁ କାମ ବଦଳରେ ଯେତେବେଳେ ଦରମା ବଢି ନ ଥାଏ କିମ୍ବା ପ୍ରମୋଶନ ହୋଇ ନ ଥାଏ ସେତେବେଳେ ବ୍ୟକ୍ତି ନିରାଶ ହୋଇଯାଏ । ତାକୁ ଅନୁଭବ ହୋଇଥାଏ କାହିଁ କେଉଁଠୀ ତା କାମରେ କିଛି ତ୍ରୁଟି ରହୁନାହିଁ ତ ? କିନ୍ତୁ ବହୁ ସମୟରେ ଆପଣଙ୍କ ପଦୋନ୍ନତିରେ ନକରାତ୍ମକ ଶକ୍ତି ବାଧକ ସାଜିଥାଏ । ଏହି କ୍ରମରେ ବାସ୍ତୁ ଶାସ୍ତ୍ରରେ ଅଫିସ ଲାଗି କ’ଣ ଉପାୟ ଉଲ୍ଲେଖ ରହିଛି ଆସନ୍ତୁ ଜାଣିବା ।
୧-ଯେପରି ବାସ୍ତୁ ଶାସ୍ତ୍ରରେ ଘର ଲାଗି ଶୁଭ ବୃକ୍ଷ ବିଷୟରେ ଉଲ୍ଲେଖ ରହିଛି ସେହିପରି ଅଫିସ୍ ଲାଗି ମଧ୍ୟ ବହୁତ ବୃକ୍ଷ ଖୁବ୍ ଶୁଭ ହୋଇଥାଏ ଯାହାକୁ ଆପଣ ନିଜ ଡେକ୍ସରେ ରଖିପାରିବେ । ଅଫିସ୍ ଡେକ୍ସ ଲାଗି ବାଉଁଶ ଗଛ ଶୁଭ ହୋଇଥାଏ । ଏହା ସକରାତ୍ମକ ଶକ୍ତି ଆକର୍ଷଣ କରିଥାଏ । ଏହା ବ୍ୟତିତ ମନି ପ୍ଲାଣ୍ଟ ମଧ୍ୟ ଶୁଭ ହୋଇଥାଏ । ଏହାକୁ ପୂର୍ବ କିମ୍ବା ଉତ୍ତର ଦିଗରେ ରଖନ୍ତୁ ।
୨-ଆପଣଙ୍କ ଡେକ୍ସରେ ଶୁଖିଲା, ମଉଳି ଯାଇଥିବା କିମ୍ବା କଣ୍ଟାଯୁକ୍ତ ବୃକ୍ଷ ରଖନ୍ତୁ ନାହିଁ । ବୋନସାଇ ବୃକ୍ଷ ମଧ୍ୟ ଅଫିସ ଡେକ୍ସରେ ରଖନ୍ତୁ ନାହିଁ ।
୩-ଅଫିସ ଡେକ୍ସରେ କ୍ରିଷ୍ଟାଲର ପେପର ୱେଟ୍ ଆପଣ ଉତ୍ତର ପୂର୍ବ ଦିଗରେ ରଖନ୍ତୁ । କ୍ରିଷ୍ଟାଲରେ ତିଆରି ଜିନିଷ ଡେକ୍ସରେ ରଖିବା ଦ୍ୱାରା ଅଟକି ଯାଇଥିବା କାମ ସଂପୂର୍ଣ୍ଣ ହୋଇଥାଏ ।
୪-ବାସ୍ତୁ ଶାସ୍ତ୍ର ଅନୁସାରେ କର୍ମକ୍ଷେତ୍ରରେ ସୁନା ରଙ୍ଗର ମୁଦ୍ରାରେ ଭର୍ତ୍ତି ଜାହାଜ ରଖନ୍ତୁ । ଏହାଦ୍ୱାରା ପଦୋନ୍ନତିର ରାସ୍ତା ଖୋଲିଯାଏ ।
୫-ଅଫିସରେ କାମ ସହ ସମ୍ବନ୍ଧିତ ସମସ୍ତ ଜରୁରୀ ଜିନିଷ ନିଜର ଡାହାଣ ପଟେ ରଖନ୍ତୁ । ସେହିପରି ଚା’, କପି କିମ୍ବା ପାଣି ବୋତଲ ପରି ଜିନିଷ ଉତ୍ତର ଦିଗରେ ରଖନ୍ତୁ ।
୬-ଆପଣ ଯେଉଁ ସ୍ଥାନରେ ବସି କାମ କରୁଛନ୍ତି ସେଠାରେ ଭରପୁର ଆଲୋକ ପଡୁଥିବା ଉଚିତ । କାରଣ ଅନ୍ଧାରରେ ନକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ଯାହା ଆପଣଙ୍କ ପଦୋନ୍ନତିରେ ବାଧକ ସାଜିଥାଏ ।

 

Get real time updates directly on you device, subscribe now.