ଆଜିଠୁ ଜୋରଦାର ହୋଇଛି ଟ୍ୱିନ ସିଟିରେ ଗାଡ଼ି ଚେକିଂ, ଆମାନିଆ ଗାଡ଼ି ଚାଳକଙ୍କ ଉପରେ ଚଢାଉ

ଟ୍ୱିନସିଟିରେ ଜୋରସୋରରେ ହେଉଛି, ଗାଡ଼ି ଚେକିଂ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଜୋରସୋରରେ ଗାଡ଼ି ଚେକିଂ ଚାଲିଛି। କମିଶନରେଟ ପୋଲିସ ଅମାନିଆ ଗାଡ଼ି ଚାଳକଙ୍କ ଉପରେ ଚଢାଉ ଜାରି ରଖିଛି। ମୁଖ୍ୟ ଛକ ଗୁଡ଼ିକରେ ପୋଲିସ ପକ୍ଷରୁ ଏହି ଚେକିଂ କାରାଯାଉଛି।

ଗତକାଲି ପ୍ରଥମ ଦିନରେ ୯୫ ହଜାର ଟଙ୍କା ଜରିମାନା ଆଦାୟ କରିଛି ପୋଲିସ। ୫ଟି ସ୍ଥାନରେ ଚେକିଂ କରି ୧୯ଟି ଗାଡ଼ିରୁ ପୋଲିସ ଖୋଲିଥିଲା ବ୍ଲାକ ଫିଲ୍ମ। ଏଥିସହ ଶବ୍ଦ ପ୍ରଦୂଷଣକାରୀ ସାଇଲେନ୍ସର ଥିବା ୨୫ଟି ଗାଡ଼ି ମଧ୍ୟ ସିଜ୍ କରିଛି ପୋଲିସ।

ନନ୍ଦନକାନନ ଏବଂ ଲିଙ୍କ୍ ରୋଡରେ ପ୍ରବଳ ଚେକିଂ ଚାଲିଛି। ଯେଉଁ କାର ଗୁଡ଼ିକରେ ବ୍ଲାକ ଫିଲ୍ମର କାଚ ଲାଗିଛି, ସେହି ଗାଡ଼ିଗୁଡିକୁ ପୋଲିସ ଅଟକାଇ ସେଥିରୁ ବ୍ଲାକ ଫିଲ୍ମକୁ ହଟାଉଛି। ଏହି କାର ଗୁଡ଼ିକଠାରୁ ଜରିମାନା ଆଦାୟ କରାଯାଉ ନାହିଁ, କିନ୍ତୁ ସେମାନଙ୍କ ଗ୍ଲାସରୁ ବ୍ଲାକ ଫିଲ୍ମର ଜରିକୁ ବାହାର କରିଦିଆଯାଉଛି।

କଟକରେ ଗାଡ଼ି ଚେକିଂ କରୁଛି କମିଶନରେଟ୍ ଟ୍ରାଫିକ ପୋଲିସ। ଓଏମପି ଛକରେ ସବୁ ଭାରୀଯାନକୁ ଅଟକାଇ କରାଯାଉଛି ଚେକିଂ। ବିକଟାଳ ହର୍ଣ୍ଣ ସହ ବ୍ଲାକ୍ କାଚ ଆଦିର ଚାଲିଛି ଯାଞ୍ଚ।