fbpx

ଖୋର୍ଦ୍ଧାର ଏହି ସ୍ଥାନରେ ଆଜିଠୁ ଆରମ୍ଭ ହେବ ଗାଡ଼ି ସ୍କ୍ରାପିଂ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ପିତାପଲୀଠାରେ ଗାଡ଼ି ସ୍କ୍ରାପିଂ ୟୁନିଟ୍‍ ଆଜିଠାରୁ କାର୍ଯ୍ୟକ୍ଷମ ହେବ । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦ୍‍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି । ପ୍ରଥମ ପର୍ଯ୍ୟାୟରେ ପୋଲିସ୍‍ ଓ ଅଗ୍ନିଶମ ବିଭାଗର ୩୨୩ଟି ଗାଡ଼ି ସ୍କ୍ରାପ ପାଇଁ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି । ଏହା ପରେ ତାଲିକାଭୁକ୍ତ ହୋଇଥିବା ବିଭିନ୍ନ ବିଭାଗର ସରକାରୀ ଗାଡ଼ି ସ୍କ୍ରାପିଂ ପାଇଁ ଅଣାଯିବ ।

ଏହି ୟୁନିଟରେ ଦୈନିକ ୫୦ଟି ଗାଡ଼ି ସ୍କ୍ରାପିଂ ହୋଇପାରିବ । ୧୫ ବର୍ଷରୁ ଅଧିକ ସରକାରୀ ଓ ବାଣିଜ୍ୟିକ ଗାଡ଼ିର ସ୍କ୍ରାପିଂ କରାଯିବ ବୋଲି ସରକାରଙ୍କ ନିଷ୍ପତ୍ତି ନିଆଯାଇଛି । ତେବେ ଘରୋଇ ଗାଡ଼ିର ସ୍କ୍ରାପ୍‍ ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ତେବେ ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ୧୫ ବର୍ଷ ପୂରଣ କରିଥିବା ଗାଡ଼ିଗୁଡ଼ିକୁ ସ୍କ୍ରାପିଂ କରାଯିବ । ଯାନବାହନ ଜନିତ ବାୟୁ ପ୍ରଦୂଷଣ ହ୍ରାସ କରିବାରେ ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ । ସ୍କ୍ରାପିଂ କରିଥିବା ବ୍ୟକ୍ତିଙ୍କୁ ନୂଆ ଗାଡ଼ି କିଣିବା ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରାଯିବ ।ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଏନେଇ ନିୟମ ଆଣିଛନ୍ତି ।

Get real time updates directly on you device, subscribe now.