fbpx

ଜଳିଗଲା ଭେଟେରାନ୍ ଅଭିନେତାଙ୍କ ଫ୍ଲାଟ: ଧୂଆଁରେ ଭରିଗଲା ଚାରି ବଖରା ଘର

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ବରିଷ୍ଠ ଅଭିନେତାଙ୍କ ଘରେ ଏକ ବଡ଼ ଅଘଟଣ ଘଟିଯାଇଛି । ଲୋକପ୍ରିୟ ଅଭିନେତା ସଦାଶିବ ଅମରାପୁରକରଙ୍କ ଘରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ନେଇ ଜାଣିବାକୁ ମିଳିଛି । ଅଚାନକ ଏହି ମହାନ ଖଳନାୟକଙ୍କ ବାସଭନରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ବେଳେ ଘରର ୪ ବଖରା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ତେବେ ସର୍ଟ ସର୍କିଟ ଯୋଗୁଁ ବିଲ୍ଡିଂରେ ନିଆଁ ଲାଗିଥିଳା ଏବଂ ଘରେ ତିବା ସମସ୍ତ ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି ।

ବଲିଉଡ ଜଗତର ମହାନ ଖଳନାୟକ ସଦାଶିବ ଅମରାପୁରକରଙ୍କ ବାସଭବନରେ ନିଆଁ ଲାଗିଥିବା ଖବର ମିଳିବା ପରେ ଫ୍ୟାନ୍ସଙ୍କ ଚିନ୍ତାରେ ପଡ଼ି ଯାଇଛନ୍ତି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ବେଳେ ଘର ଭିତରେ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ତେବେ ଅଗ୍ନିକାଣ୍ଡ ଘଟିବାର ଯଥାଶୀଘ୍ର ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିଲା । ଦମକଳ ବାହିନୀ ଘଟଣାସ୍ତଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ସେତେବେଳକୁ ଅନେକ କ୍ଷୟକ୍ଷତି ଘଟି ସାରିଥିଲା । ଅଗ୍ନିକାଣ୍ଡରେ ଫ୍ଲାଟର ୪ ବଖରା ଘର ଜଳି ଯାଇଥିବା ଜାଣିବାକୁ ମିଳିଛି । ଫଳରେ ଏଥିରେ ଥିବା ବିଭିନ୍ନ ଜିନିଷପତ୍ର ଜଳିପୋଡ଼ି ନଷ୍ଟ ହୋଇ ଯାଇଛି । ତେବେ ଭୀଷଣ ଧୂଆଁ ଯୋଗୁଁ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଥିବା ବେଳେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ସୂଚନା ଅନୁସାରେ, ଆସନ୍ତାକାଲି ଦିନ ଗୋଟାଏ ସମୟରେ ବିଦ୍ୟୁତ ସପ୍ଲାଏ ବଢିବାରୁ ଗ୍ରାଉଣ୍ଡ ଫ୍ଲୋରର ମିଯରରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଲୋକମାନଙ୍କ ଫ୍ଲାଟର ଲୋକମାନଙ୍କ ବିଦ୍ୟୁତ ଉପକରଣ ଗୁଡ଼ିକରେ ନିଆଁ ଲାଗିଯାଇଛି । ମୋହରା, ଅର୍ଦ୍ଧସତ୍ୟ, ଇସ୍କ ଏବଂ ସଡ଼କ ଭଳି ହିନ୍ଦୀ ସିନେମାରେ ନିକୁଣ ଅଭତନୟ ପାଇଁ ସେ ଲୋକଙ୍କୁ ଖୁବ ବାନ୍ଧି ରଖି ପାରିଥିଲେ । କିନ୍ତୁ ୨୦୧୪ ମସିହାରେ ସେ ପ୍ରାଣତ୍ୟାଗ କରିଛନ୍ତି ।

Get real time updates directly on you device, subscribe now.