ଶୁଭମନ ଗିଲ୍ ଅସୁସ୍ଥ, ଏସିଆ କପ ପୂର୍ବରୁ ଖରାପ ହୋଇଗଲା ଦେହ, ଏହି ଟୁର୍ଣ୍ଣାମେଣ୍ଟରୁ ବାହାରିଗଲେ
ଏସିଆ କପ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଉପଅଧିନାୟକ ଶୁଭମନ ଗିଲଙ୍କ ସ୍ୱାସ୍ଥ୍ୟ ଖରାପ
ନୂଆଦିଲ୍ଲୀ: ଏସିଆ କପ ୨୦୨୫ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଉପଅଧିନାୟକ ଶୁଭମନ ଗିଲ୍ଙ୍କ ଦେହ ହଠାତ୍ ଖରାପ ହୋଇଗଲା। ତାଙ୍କୁ ଭାଇରାଲ ଜ୍ୱର ହୋଇଯାଇଛି। ଏସିଆ କପ ୯ ସେପ୍ଟେମ୍ବରରୁ ୨୮ ସେପ୍ଟେମ୍ବର ମଧ୍ୟରେ ୟୁଏଇରେ ଖେଳାଯିବ।
ଭାରତର ପ୍ରଥମ ମ୍ୟାଚ ୧୦ ସେପ୍ଟେମ୍ବରରେ ୟୁଏଇ ସହ ହେବ। ଏହାପରେ ୧୪ ସେପ୍ଟେମ୍ବରରେ ଭାରତ ସହ ପାକିସ୍ତାନର ଅଛି। ଗିଲ୍ ଏସିଆ କପ ପୂର୍ବରୁ ସୁସ୍ଥ ହୋଇଯାଇଥିବେ ବୋଲି ଆଶା କରାଯାଉଛି।
ଏହି ମ୍ୟାଚରୁ ବାହାରିଗଲେ ଶୁଭମନ: ଭାଇରାଲ ଜ୍ୱର ହେବା ପରେ ଶୁଭମନ ଗିଲ ଦଲୀପ ଟ୍ରଫିରୁ ବାହାରିଯାଇଛନ୍ତି। ଗିଲ୍ ଦଲୀପ ଟ୍ରଫିରେ ନର୍ଥ ଜୋନ ଟିମର ଅଧିନାୟକ ଭାବେ ଚୟନ ହୋଇଥିଲେ।
ହେଲେ ଜ୍ୱର ହେବା ପରେ ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାରିବାକୁ ପଡ଼ିଛି। ବର୍ତ୍ତମାନ ଅଙ୍କିତ କୁମାର ତାଙ୍କ ସ୍ଥାନରେ ଖେଳିବେ। ରିପୋର୍ଟ ମୁତାବକ ଗିଲ୍ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଏହାପରେ ଖୁବଶୀଘ୍ର ସେ ପ୍ରାକ୍ଟିସ କରିବେ। ତାଙ୍କର ବ୍ଲଡ୍ ରିପୋର୍ଟରେ ସେମିତି କିଛି ବଡ଼ ସମସ୍ୟା ନାହିଁ।
ଶୁଭମନଙ୍କୁ ଏସିଆ କପରେ ଭାରତୀୟ ଟିମର ଉପଅଧିନାୟକ ଭାବେ ଚୟନ କରାଯାଇଛି। ଏସିଆ କପ ଟି୨୦ ଫର୍ମାଟରେ ଖେଳାଯିବ। ଏମିତି ବି କୁହାଯାଉଛି ଯେ, ଭବିଷ୍ୟତରେ ବିସିସିଆଇ ଟି୨୦ର ଅଧିନାୟକର ଦାୟିତ୍ୱ ଶୁଭମନଙ୍କୁ ଦେଇପାରେ।
ବର୍ତ୍ତମାନ ସୂର୍ଯ୍ୟକୁମାର ଯାଦବ ଟି୨୦ର ଅଧିନାୟକ ଅଛନ୍ତି। ତେବେ ଗିଲ ଖୁବଶୀଘ୍ର ଭଲ ହୋଇଯିବେ ବୋଲି ଆଶା ରହିଛି।