fbpx

ସମୁଦ୍ର କୂଳରୁ କାଟ୍ରିିନା-ଭିକିଙ୍କ ନୂଆ ଘରର ଦୃଶ୍ୟ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ୨୦୨୧ର ସବୁଠାରୁ ବଡ଼ ବିବାହ ଶେଷ ହୋଇଛି । କାଟ୍ରିନା କୈଫ୍ ଓ ଭିକି କୌଶଲ ଡିସେମ୍ବର ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହେଁ ରାଜସ୍ଥାନର ସିକ୍ସସେନ୍ସ ଫୋର୍ଟରେ ବିବାହ କରିଛନ୍ତି । ବିବାହ ଭେନ୍ୟୁ ପାଇଁ ଦୁହେଁ ହେଲିକପ୍ଟର୍ ଯୋଗେ ଜୟପୁର ଏୟାରପୋର୍ଟରେ ପହଞ୍ଚିଥିଲେ । ତେବେ ସେମାନେ ମୁମ୍ବାଇକୁ ଫେରିବା ପରେ ମନୁଷ୍କା ଓ ବିରାଟଙ୍କ ପଡୋଶୀ ହେବେ । ଏହି ସମୟରେ କାଟ୍ରିିନା ଓ ଭିକିଙ୍କ ନୂତନ ଆପାର୍ଟମେଣ୍ଟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ସେମାନଙ୍କ ଫ୍ଲାଟ୍ ଜୁହୁ ବିଚ୍ କୁ ଲାଗି ରହିଛି । ସମୁଦ୍ର କୁଳରୁ ସେମାନଙ୍କ ଆଲିଶାନ୍ ଫ୍ଲାଟ୍ ସଫା ସଫା ନଜର ଆସୁଛି ।

 

View this post on Instagram

 

A post shared by Viral Bhayani (@viralbhayani)

କାଟ୍ରିନା ଓ ଭିକି ଖୁବ୍ ଶୀଘ୍ର ଜୁହୁ ବିଚ୍ ସ୍ଥିତ ଆଲିଶାନ୍ ଫ୍ଲାଟ୍ କୁ ସିଫ୍ଟ ହୋଇଯିବେ । ଫ୍ୟାନ୍ସ ମାନେ ଏକ ଭିଡିଓ ସେୟାର୍ କରିଛନ୍ତି । ଯେଉଁଥିରେ ଫ୍ଲାଟ୍ ଟିକୁ ଦେଖିବାକୁ ମିଳିଛି । ଏସମ୍ପର୍କରେ ବରୁଣ ସିଂ ଯିଏକି ଜଣେ ରିୟଲ୍ ଇଷ୍ଟେଷ୍ଟ ମାଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କାଟ୍ରିନା ଓ ଭିକିଙ୍କ ଫ୍ଲାଟ୍ ସମ୍ପର୍କିତ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଭିକି ଭଡ଼ାରେ ଜୁହୁ ସ୍ଥିତ ଏକ ଅଲ୍ଟ୍ରା-ଲକ୍ଜୁରିୟସ୍ ବିଲ୍ଡିଂ ୫ ବର୍ଷ ପାଇଁ ନେଇଛନ୍ତି । ଚଳିତ ବର୍ଷ ଜୁଲାଇ ମାସରେ ସେ ଏହି ଫ୍ଲାଟ୍ ଟିକୁ ନେଇଥିଲେ । ଏଥିପାଇଁ ସେ ସିକ୍ୟୁରିଟି ଚାର୍ଜ ଦେଇଥିଲେ ୧.୭୫ କୋଟି । ପ୍ରଥମ ୩୬ ମାସ ପାଇଁ ମାସିକ ଭଡ଼ା ୮ ଲକ୍ଷ ଟଙ୍କା ।

Get real time updates directly on you device, subscribe now.