fbpx

(Video) ତୃପ୍ତି ଡିମ୍ରୀଙ୍କ ସଙ୍ଗେ ରୋମାଣ୍ଟିକ ହେଲେ ଭିକ୍କି କୌଶଲ, ଜାନମ ‘Temperature’ ବଢାଇବା ପରେ କ୍ୟାଟ୍ରିନା ସେୟାର କଲେ ଏହି ଫଟୋ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଆକ୍ଟର ଭିକ୍କି କୌଶଲ ଆଜିକାଲି ବହୁ ଚର୍ଚ୍ଚାରେ ରହୁଛନ୍ତି । ଭିକ୍କି କୌଶଳ ନିଜର ଅପକମିଙ୍ଗ ଫିଲ୍ମ ବ୍ୟାଡ ନ୍ୟୁଜର ଜୋରଦାରରେ ପ୍ରମୋଶନ କରୁଛନ୍ତି । ଏହି ଫିଲ୍ମରେ ତୃପ୍ତି ଡିମ୍ରୀ ଏବଂ ଏମି ବିର୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରୋଲରେ ନଜର ଆସିବାକୁ ଯାଉଛନ୍ତି ।

ଏହି ଫିଲ୍ମର ଟ୍ରେଲର ଏବଂ ଏହାର ଦୁଇଟି ଗୀତ ଆଉଟ ହେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସାଇଟମେଣ୍ଟ ବଢିଯାଇଛି । ପ୍ରଥମେ ଫିଲ୍ମର ଗୀତ ତୋବା ତୋବା ବହୁତ ଲୋକପ୍ରିୟ ହୋଇଛି । ବର୍ତ୍ତମାନ ଫିଲ୍ମର ଦ୍ୱିତୀୟ ଗୀତ ଜାନମକୁ ବହୁତ ପସନ୍ଦ କରାଯାଉଛି ।

ଜାନମ ଗୀତରେ ଭିକ୍କି କୌଶଲ ଏବଂ ତୃପ୍ତି ଡିମ୍ରୀଙ୍କ ମଧ୍ୟରେ ଅଭୁତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଭିକ୍କି କୌଶଲ ରୋମାଣ୍ଟିକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଫ୍ୟାନ୍ସ ଭାବୁଛନ୍ତି ଭିକ୍କି କୌଶଲ ଏଭଳି ରୋମାଣ୍ଟିକ ହେବା ପଛରେ କଣ ରହିଛି କାରଣ ।

କ୍ୟାଟ୍ରିନା କୈଫ ଭିକ୍କି ଏବଂ ତୃପ୍ତିଙ୍କ ରୋମାଣ୍ଟିକକୁ ନେଇ କିଛି କହିନାହାନ୍ତି । କିନ୍ତୁ ବହୁତ ଦିନପରେ ଅଭିନେତ୍ରୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ଫଟୋ ସେୟାର କରିଛନ୍ତି । କ୍ୟାଟ୍ରିନା କୈଫ ଇଣ୍ଟିଆରେ ନାହାନ୍ତି । ବର୍ତ୍ତମାନ ସେ ଜର୍ମାନୀରେ ଅଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି ଯେ, ଗୁଡ୍ ମର୍ଣ୍ଣିଂ ।

 

View this post on Instagram

 

A post shared by Katrina Kaif (@katrinakaif)

 

Get real time updates directly on you device, subscribe now.