fbpx

Video: ସାଇକେଲରେ ଯାଉଥିବା ଛାତ୍ରଙ୍କୁ ଆକ୍ରମଣ କଲା କୁକୁର, ତଳେ ଗଡେଇ କାମୁଡ଼ିଲା

କେରଳ: ସାଇକେଲ ଚଲାଳି ଏବଂ ମଟର ସାଇକେଲ ଚାଳକଙ୍କୁ ବୁଲା କୁକୁରମାନେ ଗୋଡାଉଥିବା ଆଜିକାଲି ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଏଭଳି ଏକ ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୫୧ ସେକେଣ୍ଡର ଭିଡିଓରେ କୁକୁରଟି ସାଇକେଲରେ ଯାଉଥିବା ଜଣେ ବାଳକକୁ କିପରି ଭୟଙ୍କର ଭାବରେ ଆକ୍ରମଣ କରୁଛି ତାହା ଦେଖିବାକୁ ମିଳୁଛି। କେରଳର କୋଜିକୋଡେ ଗାଁରେ ଏହି ଘଟଣା ଘଟିଛି। ଏହି ଫୁଟେଜ୍ ଗାଁରେ ଥିବା ସିସିଟିଭି ଦ୍ୱାରା ରେକର୍ଡ ହୋଇଛି।

ସୂଚନା ଅନୁଯାୟୀ, ବାଳକଟି ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରେ ଏବଂ ରବିବାର ଅପରାହ୍ନରେ ପିଲାଟି ସାଇକେଲ ଚଳାଇ ଘର ଆଗରେ ବୁଲୁଥିବା ସମୟରେ ଏହି ଏହି ଘଟଣା ଘଟିଥିଲା। ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ପିଲାଟି ଏକ ଘର ଆଗରେ ସାଇକେଲ ରଖୁଛି। ଅନ୍ୟ ପିଲାମାନେ ମଧ୍ୟ ତାକୁ ଅଭିବାଦନ କରିବାକୁ ବାହାରକୁ ଆସୁଛନ୍ତି। ଏହି ସମୟରେ ହଠାତ୍ ଏକ କଳା ରଙ୍ଗର ପାଗଳ କୁକୁର କୌଣସି ସ୍ଥାନରୁ ବାହାରକୁ ଆସି ବାଳକ ଉପରକୁ ଡେଇଁପଡି କାମୁଡିବା ଆରମ୍ଭ କରିଥିଲା।

ബേപ്പൂര്‍ അരക്കിണറില്‍ ആറാം ക്ലാസ് വിദ്യാര്‍ഥിയെ തെരുവ് നായ ആക്രമിക്കുന്നതിന്റെ ദൃശ്യങ്ങള്‍ from Kerala

ଚକିତ ହୋଇ ପିଲାଟି ତଳେ ପଡିଯାଇଥିଲା, ଏହା ପରେ ମଧ୍ୟ କୁକୁରଟି ତାକୁ କାମୁଡିବାରେ ବ୍ୟସ୍ତ ଥିଲା। ଏହା ଦେଖି ଅନ୍ୟ ଭୟଭୀତ ପିଲାମାନେ ଘର ଭିତରକୁ ଦୌଡ଼ି ପଳାଇଥିଲେ। ବାଳକଟି ଖସିଯିବାକୁ ଚେଷ୍ଟା କରିଥିଲା କିନ୍ତୁ କୁକୁର ଆହୁରି ଜୋରରେ ତାକୁ କାମୁଡୁଥିବା ଦେଖାଯାଏ। ପିଲାଟି ତଳୁ ଉଠେ କିନ୍ତୁ ପୁଣି ଖସିଯାଏ, ପିଲାଟି ପୁଣି ଥରେ ଉଠି ଘର ଭିତରକୁ ଦୌଡ଼ି ପଳାଇଥିଲା। ଏହାପରେ କୁକୁରଟି ମଧ୍ୟ ସେଠାରୁ ଦୌଡ଼ି ପଳାଇଥିଲା। କିଛି ସେକେଣ୍ଡ ପରେ, ଅନ୍ୟ ଏକ କୁକୁର ଘର ପାର ହୋଇଥିବାର ଦେଖାଯାଏ, ତା’ପରେ କିଛି ସଂପୃକ୍ତ ସ୍ଥାନୀୟ ଲୋକ ବାଳକକୁ ଦେଖିବାକୁ ଘରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା।

 

Get real time updates directly on you device, subscribe now.