fbpx

(Video) ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପୂଜା ଆରମ୍ଭ; ସରଯୁ ଘାଟରେ ଆରତି କଲେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ଜାନୁଆରୀ ୨୨ତାରିଖରେ ହେବ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ଏଥି ପାଇଁ ଉତ୍ତରପ୍ରଦେଶରେ ଆଜିଛୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶ୍ରଦ୍ଧାଳୁମାନେ ଜାନୁଆରି ୧୬ ତାରିଖରୁ ସରଯୁ ନଦୀ ଘାଟରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ସମସ୍ତେ ମିଶି ଆରତି କରିଛନ୍ତି । ଆରତିରୁ ଏହି ପବିତ୍ର ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ଭାବରେ ଲୋକମାନେ ଏହି ପବିତ୍ର ଅବସରକୁ ଆରମ୍ଭ କରିବା ପାଇଁ ‘ଦୀପ’ର ଆଲୋକରେ ସରଯୁ ନଦୀ ଘାଟକୁ ଆଲୋକିତ କରିଥିଲେ । ରାମ ମନ୍ଦିର ଟ୍ରଷ୍ଟ ସମସ୍ତ ରାମଭକ୍ତଙ୍କୁ ଛୋଟ ଭିଡିଓ ତିଆରି କରିବାକୁ ଅନୁରୋଧ କରିଛନ୍ତି ।

ସେପଟେ ଅଯୋଧ୍ୟାରେ ରାମ ମନ୍ଦିରର ସମର୍ପଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ସେ ରାମମନ୍ଦିର‌ରେ ପ୍ରଭୁ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରିବେ। ତେବେ ଏହି ସମାରୋହରେ ଯୋଗ ଦେବା ପାଇଁ ସମଗ୍ର ବିଶ୍ୱରୁ ସାଧୁ, ସନ୍ଥ ଏବଂ ମାନ୍ୟଗଣଙ୍କୁ ନିମନ୍ତ୍ରଣ କରାଯାଉଛି।

 

Get real time updates directly on you device, subscribe now.