fbpx

(Video)ଉଦ୍ଧାର ହେଲା ଛୁଆ ହାତୀ, ମା’ ଶୁଣ୍ଢ ଉଠାଇ ବନ କର୍ମଚାରୀଙ୍କୁ କହିଲା ଧନ୍ୟବାଦ

Advertisement

ଓଡ଼ିଶା ଭାସ୍କର: ମଣିଷ ହୁଅନ୍ତୁ କିମ୍ବା ଜୀବଜନ୍ତୁ, ନିଜ ପିଲାକୁ ବିପଦରେ ଦେଖିଲେ ମା’ କେବେ ସହି ପାରେନି । ସେ ନିଜ ପିଲାକୁ ବଞ୍ଚାଇବା ପାଇଁ ସେ କେବେ ହାର ମାନିନଥାଏ । ନିକଟରେ ହାତୀ ମା’ ଓ ଛୁଆ ମିଳନର ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡ଼ୁରେ । ଆଉ ଏହା କେବଳ ସମ୍ଭବ ହୋଇପାରିଛି ବନ ବିଭାଗର ଅକ୍ଳାନ୍ତ ପ୍ରୟାସ ଦ୍ୱାରା । ବନ ବିଭାଗର ଏହି ସାହାଯ୍ୟ ଓ ମଣିଷପଣିଆକୁ ମା’ ହାତୀ ଶୁଣ୍ଢ ଟେକି ଧନ୍ୟବାଦ ଜଣାଇଛି ।

ସୂଚନାରୁ ପ୍ରକାଶ ତାମିଲନାଡ଼ୁର କୋଏମ୍ବାଟୁର ଜିଲ୍ଲାର ପୋଲାଚି ଜଙ୍ଗଲ ଅଂଚଳରେ ଏକ ହାତୀ ଛୁଆ ଅସାବଧାନତା ହେତୁ କେନାଲ ମଧ୍ୟରେ ଖସି ପଡ଼ିଥିଲା । ଜଳର ପ୍ରବାହ ଅଧିକ ଥିବା ଯୋଗୁଁ ଛୁଆ ହାତୀ ପାଇଁ ବାହାରିବା ମୁସକିଲ ହୋଇପଡ଼ିଥିଲା । ପିଲାକୁ ଉଦ୍ଧାର କରିବାକୁ ଯାଇ ମା’ ହାତୀ ଅନେକ ଚେଷ୍ଟା କରିବା ସତ୍ତ୍ୱେ ବିଫଳ ହୋଇଥିଲା । ଏହି ଘଟଣା ବିଷୟରେ ବିଭାଗ ଜାଣିବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ପହଂଚିଥିଲା । ବନ ଅଧିକାରୀ ଏଫ୍‌ଡି ରାମ ସୁବ୍ରମଣ୍ୟମ୍‌, ଡିଡି ବି ତେଜା, ପୁଗାଲେଣ୍ଠି ଫରେଷ୍ଟ ରେଞ୍ଜ ଅଫିସର, ସର୍ବନନ ଫରେଷ୍ଟ ଗାର୍ଡ଼ଙ୍କ ସହ ଅନ୍ୟ ବନ ଅଧିକାରୀଙ୍କ ତତ୍ୱବଧାନରେ ଏକ ଟିମ୍ ହାତି ଛୁଆର ରେମସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲା । ଅନେକ ବାଧାବିଘ୍ନର ସମ୍ମୁଖୀନ ହେବା ସତ୍ତ୍ୱେ ରେସ୍କ୍ୟୁ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ସଫଳ ହୋଇଥିଲା । ଶେଷର ମା’ହାତୀ ଓ ଛୁଆର ମିଳନ ହୋଇଥିଲା । ବନକର୍ମଚାରୀଙ୍କ ଏଭଳି ପ୍ରୟାସକୁ ଶୁଣ୍ଢ ଟେକି ଧନ୍ୟବାଦ ଜ୍ଞାପନ କରିଥିଲା ମା’ ହାତୀ । ତେବେ ଏଭଳି ଏକ ହୃଦୟସ୍ପର୍ଶୀ ଭିଡ଼ିଓକୁ ଶେୟାର କରିଛନ୍ତି ଆଇଏଏସ୍ ସୁପ୍ରିୟା ସାହୁ । ଏହି ଭିଡ଼ିଓକୁ ଅନେକ ଲେକମାନେ ଦେଖିବା ସହ କମେଣ୍ଟ ମଧ୍ୟ କରିଛନ୍ତି ।

 

Get real time updates directly on you device, subscribe now.