fbpx

(Video) ଦେହରେ କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି, କାରଣ ବୁଲାଇଦେବ ମଥା

ବ୍ରହ୍ମପୁର: ଝିଅ ଉପରେ ବାପାର ଖରାପ ନଜର ଥିଲା । ପ୍ରତିଟି ସମୟରେ ଝିଅ ସହ ଖରାପ ସମ୍ପର୍କ ରଖିବା ପାଇଁ ଚାହୁଁଥିଲା ବାପା । ଯାହାକୁ ସହି ପାରିଲା ନାହିଁ ଝିଅ । ଆଉ ରାସ୍ତା ଉପରେ ଉପରେ ଆତ୍ମାହୁତୀ ଉଦ୍ୟମ କରି ମୃତ୍ୟୁକୁ ବରଣ କରିଛି ଝିଅ । ଏହି ଘଟଣା ବ୍ରହ୍ମପୁରରେ ଘଟିଥିବା ବେଳେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିଲା । ହଠାତ୍ ଗୋଟିଏ ଝିଅ ଏମିତି କାହିଁକି କଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସାମ୍ନାକୁ ଆସିଛି ଝିଅର ଆତ୍ମାହୁତୀର କାରଣ ।
ବ୍ରହ୍ମପୁରର ଜନୈକା ଯୁବତୀ ଦେହରେ କିରାସିନ ଢାଳି ଜୀବନ ନେଇଛନ୍ତି । ରାସ୍ତାରେ ସେ ଦେହରେ ନିଆଁ ଲଗାଇବା ଦେଖି ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମକେସିଜି ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଡକାଇଲେ । ଆମ୍ବୁଲାନ୍ସ ଆସିବା ସହ ଯୁବତୀଙ୍କ ବାପା ମଧ୍ୟ ଆସି ପହଞ୍ଚିଲେ । ହେଲେ ବାପାଙ୍କୁ ଦେଖି ସେ ଚିକ୍ରାର କରିଥିଲେ । ବାପା ସାଙ୍ଗରେ ଗଲେ ସେ ଆମ୍ବୁଲାନ୍ସକୁ ଯିବେ ନାହିଁ ବୋଲି ପୋଡା ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ କହୁଥିଲେ ।
ଅନ୍ୟପଟେ ଡାକ୍ତର ଯେତେବେଳେ ପୀଡିତାର ସ୍ଥିତି ଦେଖି କଟକ ବା ଏମ୍ସ ନେବାକୁ କହିଲେ, ବାପା ଏହାକୁ ଏଡାଇ ଯାଇଥିଲେ । ଏମକେସିଜିରେ ହିଁ ଚିକିତ୍ସା ପାଇଁ କହିଥିଲେ । ଆଉ ଉନ୍ନତମାନର ଚିକିତ୍ସା ଅଭାବରୁ ଆଖିବୁଜିଦେଇଥିଲେ ଯୁବତୀ । ଯୁବତୀଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତି ବାପାର ଝିଅ ଉପରେ ଖରାପ ନଜର ଥିବା ମୃତ ଯୁବତୀଙ୍କଠାରୁ ଶୁଣିଥିବା କହିଥିବା ବେଳେ କିନ୍ତୁ ପୀଡିତାଙ୍କ ମାଆ ଏହାକୁ ଖଣ୍ଡନ କରିଛନ୍ତି । ତେବେ କଣ କହୁଛନ୍ତି ମାଆ ଦେଖିନିଅନ୍ତୁ ।

 

 

Get real time updates directly on you device, subscribe now.