fbpx

(Video) ଅନୁଭବଙ୍କ ବାପାଙ୍କ ଦେହାନ୍ତର ୪ ଦିନ ପରେ ମୁହଁ ଖୋଲିଲେ ବର୍ଷା; କହିଦେଲେ ଏଭଳି କଥା…

ଭୁବନେଶ୍ୱର: ଶେଷରେ ମୁହଁ ଖୋଲିଛନ୍ତି ବର୍ଷା । ଦୀର୍ଘ ଦିନର ନୀରବତାକୁ ଆଜି ଭାଙ୍ଗିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କହିଛନ୍ତି ମାତ୍ର ପଦିଏ କଥା । ହେଲେ ସେହି ଗୋଟିଏ କଥା ଭିତରେ ଲୁଚି ରହିଛି ଅନେକ ବାର୍ତ୍ତା । ଲେଖିଛନ୍ତି ମାତ୍ର ଗୋଟିଏ ଧାଡି । ହେଲେ ସେହି ଧାଡିକ ବାକ୍ୟ ଭିତରେ ଲୁଚି ରହିଛି ଅନେକ ବ୍ୟଥା । ସେପଟେ ଓଲିଉଡ୍ ସୁପରଷ୍ଟାର ତଥା ଅନୁଭବ ମହାନ୍ତି ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଥିବା ବେଳେ ଏପଟେ ମୁହଁ ଖୋଲିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ଯେତେବେଳେ ଗତ ୧୫ ତାରିଖ ଗୁରୁବାର ଅନୁଭବଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା ଆଉ ଅନୁଭବଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡିଥିଲା, ସେତେବେଳେ ସମସ୍ତଙ୍କ ମନ ଭିତରେ ଗୋଟିଏ କଥା ଆସୁଥିଲା । ଯେ ଅନୁଭବଙ୍କ ପିତୃ ବିୟୋଗରେ ବର୍ଷା ନିଶ୍ଚୟ ଅନୁଭବଙ୍କ ଘରେ ପହଞ୍ଚିବେ । ଆଉ ଯିଏ ଦିନେ ତାଙ୍କର ଶ୍ୱଶୂର ଥିଲେ ତାଙ୍କର ଶେଷ ଦର୍ଶନ ନିଶ୍ଚୟ କରିବେ । କାରଣ ଅନୁଭବଙ୍କ ପିତୃ ବିୟୋଗ ଖବର ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା ଆଉ ମାତ୍ର କିଛି ସମୟ ଭିତରେ ତାଙ୍କ ଘର ହୋଇଉଠିଥିଲା ଲୋକାରଣ୍ୟ । ସ୍ୱର୍ଗତଃ ଅଭୟ କୁମାର ମହାନ୍ତିଙ୍କୁ ବାପାଙ୍କୁ ଜାଣିଥିବା ଲୋକେ ଯେତିକି ସଂଖ୍ୟାରେ ପହଞ୍ଚିଥିଲେ, ତା ଠାରୁ ଅଧିକ ପହଞ୍ଚିଥିଲେ ଅନୁଭବଙ୍କ ସାଥୀ କଳାକାର ଏବଂ ତାଙ୍କ ସାଥୀ ଶୁଭେଚ୍ଛୁ ଓ ପ୍ରଶଂସକମାନେ ।

ଅନୁଭବଙ୍କୁ ଭଲପାଉଥିବା ଲୋକମାନେ ତାଙ୍କର ଏଭଳି ଏକ ଦୁଃଖ ସମୟରେ ନଆସି ରହିପାରିନଥିଲେ । ହେଲେ ସମସ୍ତଙ୍କ ମନରେ ଥିଲା ଗୋଟିଏ କଥା । ଯେ ଏଭଳି ଏକ ସମୟରେ ବର୍ଷା ନିଶ୍ଚୟ ଆସିବେ । ହେଲେ ଶ୍ମଶାନରେ ଅନୁଭବଙ୍କ ବାପାଙ୍କ ଶେଷକୃତ୍ୟ ସରିଗଲା ସିନା, ବର୍ଷା କିନ୍ତୁ ଆସିନିଥିଲେ । ଏହା ପରେ ବି ସମସ୍ତେ ଭାବୁଥିଲେ କି ଅନୁଭବଙ୍କ ସହ ବର୍ଷାଙ୍କର ବୈବାହିକ ଜୀବନର ଯେଉଁ ବିବାଦୀୟ ପରିସ୍ଥିତିରେ ଅନ୍ତ ଘଟିଛି, ତାହା ହୁଏତ ବର୍ଷାଙ୍କ ନଆସିବାର ଏକ କାରଣ ହୋଇପାରେ । ହେଲେ ଅନ୍ତତଃ ସେ ଅନୁଭବଙ୍କୁ ସମବେଦନା ଜଣାଇବେ । ଅନ୍ୟ କେଉଁଥିରେ ନହେଲେ ନାହିଁ ସୋସିଆଲ ମିଡିଆରେ ପଦେ ନିଶ୍ଚୟ ଲେଖିବେ ।

କାରଣ ସମସ୍ତେ ଜାଣିଛନ୍ତି ଯେ ଆଇନ୍‌ର ଲଢେଇ ଭିତରେ ବି ନିକଟ ଅତୀତରେ ଅନୁଭବ ଓ ବର୍ଷା କେମିତି ସୋସିଆଲ ମିଡିଆରେ ପରସ୍ପର ବିଷୟରେ ବିଭିନ୍ନ କଥା କହୁଥିଲେ । ଉଭୟଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରୁଥିଲେ । ତେଣୁ ସମସ୍ତେ ଭାବୁଥିଲେ ବର୍ଷା ଏଇ ସୋସିଆଲ ମିଡିଆ ଜରିଆରେ ହିଁ ଅନୁଭବ ଆଉ ତାଙ୍କ ପରିବାରକୁ ସମବେଦନା ଜଣାଇବେ । କାରଣ ସବୁ ପରେ ବି ବର୍ଷା ଦିନେ ସେହି ଘରର ବୋହୂ ଥିଲେ । ଆଉ ଅନୁଭବଙ୍କୁ ନିଜ ସ୍ୱାମୀ ଓ ତାଙ୍କ ସ୍ୱର୍ଗବାସୀ ବାପାଙ୍କୁ ଶ୍ୱଶୂର ମାନୁଥିଲେ । ତେଣୁ ନଆସିଲେ ନାହିଁ, ସମବେଦନା ପଦେ ନିଶ୍ଚୟ ଜଣାଇବେ । ହେଲେ ସେତକ ବି ହେଲା ନାହିଁ ।

ତେଣୁ ସ୍ୱାଭାବିକ ଭାବେ ଅନୁଭବଙ୍କ ପିତୃ ବିୟୋଗକୁ ନେଇ ବର୍ଷାଙ୍କ ପ୍ରତିକ୍ରିୟା ଜାଣିବାକୁ ସମସ୍ତେ ଚାହିଁଥିଲେ । ଅନ୍ତତଃ ପରଦା ଉପରେ ଅନୁଭବ-ବର୍ଷାଙ୍କ ଯୋଡିକୁ ଭଲପାଉଥିବା ଓଡିଶାର ଦର୍ଶକମାନେ ତ ନିଶ୍ଚୟ ଭାବୁଥିଲେ କି ଅନୁଭବଙ୍କ ଏଭଳି ସମୟରେ ବର୍ଷା ନିରବ କାହିଁକି ଅଛନ୍ତି । ତେବେ ଏହାରି ଭିତରେ ଆଜି ବର୍ଷା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଆଉ ଯେଉଁଥିରେ ସେ ଇଂରାଜୀରେ ଲେଖିଛନ୍ତି କି Even the worst pain has a purpose. It makes you stronger. ଦର୍ଶକ ବନ୍ଧୁ, ବର୍ଷା ଏଇ ଯେଉଁ ଧାଡିଟି ଲେଖିଛନ୍ତି ତା’ର ଅର୍ଥ ହେଉଛି କି ସବୁଠାରୁ ଖରାପ ଯନ୍ତ୍ରଣାର ମଧ୍ୟ ଏକ ଉଦ୍ଦେଶ୍ୟ ଅଛି, ଏହା ଆପଣଙ୍କୁ ଶକ୍ତିଶାଳୀ କରେ ।

ତେଣୁ ଏଥିରୁ ଅନୁମାନ କରାଯାଉଛି କି ବର୍ଷା ହୁଏତ ଅନୁଭବଙ୍କ ପାଇଁ ଏହି ପୋଷ୍ଟଟି କରିଛନ୍ତି । ଆଉ ତାଙ୍କ ବାପାଙ୍କ ପରଲୋକ ପାଇଁ ସମବେଦନା ଜଣାଇଛନ୍ତି । ହେଲେ ଏହି ପୋଷ୍ଟରେ ସେ ଅନୁଭବ କିମ୍ବା ତାଙ୍କ ସ୍ୱର୍ଗବାସୀ ବାପାଙ୍କର ଫଟୋ ପୋଷ୍ଟ କରିନାହାଁନ୍ତି । ବରଂ ସହିତ ବର୍ଷା ନିଜର ଏକ ଭାବୁକ ଥିବା ଭଳି ଫଟୋଟିଏ ପୋଷ୍ଟ କରି ଏଇ ଧାଡିଟିଏ ବାକ୍ୟ ଲେଖିଛନ୍ତି । ତେଣୁ ଏଥିରୁ ସଠିକ୍ ଭାବେ ଜଣାପଡୁନି ଯେ ବର୍ଷା କାହାର ସବୁଠାରୁ ଖରାପ ଯନ୍ତ୍ରଣା ବିଷୟରେ ଲେଖିଛନ୍ତି । ସେ ଅନୁଭବଙ୍କ ପିତୃବିୟୋଗରେ ସମବେଦନା ଜଣାଇବା ପାଇଁ ଏମିତି ଲେଖିଛନ୍ତି ନା ନିଜର ସବୁଠାରୁ ଯନ୍ତ୍ରଣା ସମୟର କଥା କହିବାକୁ ଚାହିଁଛନ୍ତି । କାରଣ ସତ କଥା ହେଉଛି କି ଏବେ ଅନୁଭବ ଓ ବର୍ଷା ଉଭୟ ଏବେ ଏକ ଯନ୍ତ୍ରଣାଦାୟକ ମୂହୁର୍ତ୍ତ ଦେଇ ଗତି କରୁଛନ୍ତି । କାରଣ ଅନୁଭବ ତାଙ୍କ ବାପାଙ୍କ କେତେ ଭଲପାଆନ୍ତି ସେକଥା ପ୍ରାୟ ସମସ୍ତେ ଜାଣିଛନ୍ତି ।

ସେ ଅନେକ ସମୟରେ ନିଜ ବାପାଙ୍କ ସେବା କରିବାର ଫଟୋ ଶେୟାର କରିଥାନ୍ତି । ଆଉ ବାପାଙ୍କୁ ନେଇ ସେ କେତେ ଭାବପ୍ରବଣ ସେକଥା ବି କହିଥାନ୍ତି । ତେଣୁ ଯେଉଁ ବାପାଙ୍କୁ ସେ ଏତେ ଭଲପାଆନ୍ତି, ସେହି ବାପା ଯେତେବେଳେ ଆଜି ତାଙ୍କ ହାତ ଛାଡି ଆରପାରିକୁ ଚାଲିଯାଇଛନ୍ତି ସେତେବେଳେ ଅନୁଭବଙ୍କୁ କେତେ ଯନ୍ତ୍ରଣା ହେଉଥିବ ସେକଥା ସମସ୍ତେ ବୁଝିପାରୁଛନ୍ତି । ଏପଟେ ବର୍ଷା ମଧ୍ୟ ଏକ ମାନସିକ ଯନ୍ତ୍ରଣା ଭିତରେ ରହିଛନ୍ତି । କାରଣ ନିଜ ବୈବାହିକ ଜୀବନକୁ ନେଇ ଦୀର୍ଘ ଦିନ ହେଲା ସେ ଯେଉଁ ଆଇନ୍‌ର ଲଢେଇ ଲଢୁଥିଲେ ସେଥିରେ ମଧ୍ୟ ସେ ଏକପ୍ରକାର ପରାସ୍ତ ହୋଇଛନ୍ତି । ଯେଉଁ ବିଚ୍ଛେଦ ନହେଉ ବୋଲି ସେ ଲଢେଇ କରିଆସୁଥିଲେ ଶେଷରେ ତାଙ୍କୁ ସେହି ବିବାହ ବିଚ୍ଛେଦର ସମ୍ମୁଖୀନ ହେବାକୁ ପଡିଛି । ତେଣୁ ଅନୁଭବ ଓ ବର୍ଷା ଉଭୟ ନିଜ ନିଜର ବ୍ୟକ୍ତିଗତ ଜୀବନରେ ଏକ ଝଡର ସାମ୍‌ନା କରୁଛନ୍ତି ବା ଯନ୍ତ୍ରଣାଦାୟକ ସମୟ ଦେଇ ଗତି କରୁଛନ୍ତି ।

ତେଣୁ ହୁଏତ ସେ ଏହି ଦୁଃସମୟକୁ ନିଜର ସବୁଠାରୁ ଖରାପ ଯନ୍ତ୍ରଣା ବୋଲି କହୁଛନ୍ତି ଆଉ ଏହି ସମୟ ତାଙ୍କୁ ଆହୁରି ଶକ୍ତିଶାଳୀ କରିବ ବୋଲି ନିଜକୁ ନିଜେ ପ୍ରେରଣା ଦେଉଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ବର୍ଷା ସୋସିଆଲ ମିଡିଆରେ ଏହି ଯେଉଁ ଧାଡିକିଆ ଲେଖାଟି ପୋଷ୍ଟ କରିଛନ୍ତି ତାହା ଅନୁଭବଙ୍କ ଖରାପ ସମୟରେ ତାଙ୍କୁ ସମବେଦନା ଜଣାଇବା ପାଇଁ ନା ନିଜର ଖରାପ ସମୟରେ ଆତ୍ମପ୍ରେରଣା ପାଇଁ, ତାହା ଆମେ ସଠିକ୍ ଭାବେ କହିପାରିବୁ ନାହିଁ । ଖାଲି ଏତିକି କହିପାରିବୁ ଯେ ଶେଷରେ ବର୍ଷା ମୁହଁ ଖୋଲିଛନ୍ତି…

Get real time updates directly on you device, subscribe now.