fbpx

(Video): କେମୋଥେରାପି ପୂର୍ବରୁ କେଶ କାଟିଲେ ହିନା ଖାନ୍, ଇନଷ୍ଟାଗ୍ରାମରେ ଶେୟାର କଲେ ଇମୋସନାଲ ପୋଷ୍ଟ

Advertisement

ମୁମ୍ବାଇ: ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ । ‘ୟେ ରିସ୍ତା କ୍ୟା କେହେଲାତା ହୈ’ ସିରିଏଲର ଅକ୍ଷରା ଚରିତ୍ର ମାଧ୍ୟମରେ ଲୋକଙ୍କ ହୃଦୟ ଜିତିପାରିଥିଲେ । ନିକଟରେ ହିନା ଷ୍ଟେଜ୍ ୩ ସ୍ତନ କର୍କଟ ରୋଗ ସହ ସଂଘର୍ଷ କରୁଥିବା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ । ଏହି ଖବର ତାଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଦେଇଥିଲା । ବର୍ତ୍ତମାନ କର୍କଟ ଚିକିତ୍ସା ପାଇଁ କେମୋଥେରାପି ପୂର୍ବରୁ କେଶ କାଟୁଥିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

ହିନା ଖାନ ଇନଷ୍ଟାଗ୍ରାମରେ ଏକ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରି କ୍ୟାପସନରେ ଲେଖିଛନ୍ତି,‘ଆପଣମାନେ ମୋ ମାଆର କାନ୍ଦିବା ଆୱାଜ୍ ଶୁଣିପାରୁଥିବେ । ସେ ମୋତେ ଏହି ରୂପରେ କେବେ ଦେଖିବେ ବୋଲି କଳ୍ପନା ବି କରିନଥିଲେ । ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କ ପାଇଁ ବିଶେଷ କରି କର୍କଟ ରୋଗ ସହ ସଂଘର୍ଷ କରୁଥିବା ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ପୀଡ଼ାଦାୟକ । ଅଧିକାଂଶ ବ୍ୟକ୍ତିଙ୍କ ପାଇଁ କେଶ ମୁକୁଟ ସଦୃଶ ଯାହାକୁ ସୋମାନେ କେବେ କାଟିବାକୁ ଚାହାଁନ୍ତି ନାହିଁ । ଏଭଳି କଠିନ ସଂଘର୍ଷ ସମୟରେ ବି ଆମକୁ ନିଜ ଗୌରବ, ନିଜ ମୁକୁଟ ହରାଇବାକୁ ପଡ଼ିଥାଏ । ଆପଣ ଜିତିବାକୁ ଚାହୁଁଥିଲେ ଏଭଳି କଠିନ ନିଷ୍ପତ୍ତି କରିବାକୁ ପଡ଼ିଥାଏ ।’ ଏହି ଭିଡିଓ ରେକର୍ଡ଼ କରିବା ସମୟରେ ହିନା କହିଥିଲେ କି ସେ ନିଜ କାହାଣୀ, ନିଜ ଯାତ୍ରା ରେକର୍ଡ଼ କରୁଛନ୍ତି ଏହା ଦ୍ୱାରା ମନେ ରହିବ ଯେ ନିଜକୁ ଆଲିଙ୍ଗନ କରିବାର ପ୍ରୟାସ ସମସ୍ତେ ଦେଖିଛନ୍ତି ।

Get real time updates directly on you device, subscribe now.