fbpx

(Video): ‘ମୁଁ ଜଣେ ଇଂଜିନିୟର’, ଏବେ କାମ ମିଳୁନି…, ପୁରୁଣା ଦିନ ମନେ ପକାଇ ବଖାଣିଲେ ଦୁଃଖ

ଓଡ଼ିଶା ଭାସ୍କର: ଦିନକୁ ଦିନ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେଉଛି । କହିବାକୁ ଗଲେ ଏହା ଏଭଳି ଏକ ପ୍ଲାଟଫର୍ମ ଯେଉଁଠି ବ୍ୟକ୍ତି ନିଜ ଭାବନା, ଦକ୍ଷତା, କଳା ଇତ୍ୟାଦି ଦୁନିଆ ସାମ୍ନାରେ ପ୍ରକାଶ କରିଥାଏ । ଅନେକାଂଶରେ ସୋସିଆଲ ମିଡିଆ ଗ୍ଲାମରସ, ଫେକ୍‌, ଭ୍ରାନ୍ତକାରୀ ଅଟେ । ଏହା ବାଦ ସୋସିଆଲ ମିଡିଆରେ ବାସ୍ତବ ଜୀବନ ସହ ଜଡ଼ିତ କିଛି ସଂଘର୍ଷର କାହାଣୀ ମଧ୍ୟ ଦର୍ଶାଯାଇଥାଏ ଯାହା ଲୋକଙ୍କୁ ଭାବୁକ ମଧ୍ୟ କରିଥାଏ ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଅଳିଆ ଗୋଟାଉଥିବା ବୟସ୍କ ବ୍ୟକ୍ତି ନିଜକୁ ଇଂଜିନିୟର ଦର୍ଶାଇଛନ୍ତି । ଏହି ଭଡ଼ିଓକୁ ସମାଜସେବୀ ତଥା ଇନଫ୍ଲୁଏନ୍ସର ଜିଗର ରାୱଲ ରେକର୍ଡ କରିଛନ୍ତି ଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଭିଡିଓରେ ବୟସ୍କ ବ୍ୟକ୍ତି କହିଛନ୍ତି, ‘ସେ ଜଣେ ଇଂଜିନିୟର । ଏକଦା ସେ ଦୁବାଇରେ ଚାକିରି କରୁଥିଲେ । ଏବେ କାମ ମିଳୁନି । ତେଣୁ ରାସ୍ତାରେ ବୁଲି ବୁଲି ଖାଲି ବୋତଲ ଓ କବାଡ଼ି ଜିନିଷ ସଂଗ୍ରହ କରୁଛନ୍ତି । ପରେ କବାଡ଼ିବାଲାକୁ ବିକ୍ରି କରି କିଛି ଟଙ୍କା ରୋଜଗାର କରୁଛନ୍ତି ।’ ଏହା ବ୍ୟତୀତ ସେ ଜୀବନର ଅନେକ ଉତ୍ଥାନ ପତନ ବିଷୟରେ କହିଛନ୍ତି । ତାଙ୍କର ବି ଏକ ପରିବାର ଥିଲା କିନ୍ତୁ ଭାଗ୍ୟର ବିଡ଼ମ୍ବନା ସ୍ତ୍ରୀ ପର ପୁରୁଷ ସହ କେଉଁଆଡ଼େ ଚାଲିଗଲା । ତା ସହ ପିଲାଙ୍କୁ ବି ସାଙ୍ଗରେ ନେଇଗଲା । ଏହା ପରେ ବୟସ୍କ ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ଏହି ଇମୋସନାଲ ଭିଡିଓକୁ ଦେଖି ଅନେକ ୟୁଜର୍ସ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.