fbpx

Video: ବଳାତ୍କାର ଅଭିଯୁକ୍ତର ଘର ଉପରେ ବୁଲଡୋଜର ମଡ଼ାଇଦେଲେ ମହିଳା ପୋଲିସ୍

ନୂଆଦିଲ୍ଲୀ: ଆଜିକାଲି ପୁରା ଭାରତରେ ବୁଲଡୋଜର ଖୁବ ଆଲୋଚନାରେ ରହୁଛି। ଉତ୍ତରପ୍ରଦେଶ ଠାରୁ ଓଡ଼ିଶା ପର୍ଯ୍ୟନ୍ତ ବୁଲଡୋଜରର କାହାଣୀ ଦେଶର ମୁଖ୍ୟ ପ୍ରସଙ୍ଗରେ ସ୍ଥାନ ପାଇଛି। ଏବେ ବୁଲଡୋଜର ବିଷୟରେ ଏକ ରୋଚକ ଘଟଣା ମଧ୍ୟପ୍ରଦେଶରୁ ଆସିଛି। ଯେତେବେଳେ ମହିଳା ଅଧିକାରୀମାନେ ଏଠାରେ ଦୁଷ୍କର୍ମ ଅଭିଯୁକ୍ତର ଘରେ ବୁଲଡୋଜର ଚଳାଇବା କାର୍ଯ୍ୟ କରିଥିଲେ। ଏହି ମାମଲା ଦାମୋହ ଜିଲ୍ଲାର ରାଣେ ଅଞ୍ଚଳ ଘଟିଥିଲା।

ଏଠାରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଏହି ଘଟଣାରେ ରାଣେ ପୋଲିସ ପୂର୍ବରୁ ତିନିଜଣ ଅଭିଯୁକ୍ତଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଗିରଫ କରିଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ଖସିଯାଇଥିଲା, ତେବେ ଅଭିଯୁକ୍ତଙ୍କୁ ବହୁ ଖୋଜାଖୋଜି କରାଯାଇଥିଲା। ଗୁରୁବାର ଦିନ ଏହି ପଳାତକ ଅଭିଯୁକ୍ତ କୌଶଳ କିଶୋର ଚୌବେଙ୍କୁ ଗିରଫ କରାଯାଇଥିଲା କିନ୍ତୁ ମାମଲା ଏଠାରେ ବନ୍ଦ ହୋଇନଥିଲା। ସମାଜକୁ ଏକ ବାର୍ତ୍ତା ଦେବା ପାଇଁ ଅଭିଯୁକ୍ତଙ୍କ ଘର ଉପରେ ପୋଲିସ ବୁଲଡୋଜର ମାଡି ଦେଇଥିଲା ଏବଂ ବୁଲଡୋଜରର କମାଣ୍ଡକୁ ମହିଳା ପୋଲିସ ଅଧିକାରୀମାନେ ନେଇଥିଲେ।

ଉଲ୍ଲେଖନୀୟ କଥା ହେଉଛି, ଜିଲ୍ଲା କଲେକ୍ଟରଙ୍କ ଅନୁମତି ନେବା ପରେ ପ୍ରଶାସନ ଅଭିଯୁକ୍ତ କୌଶଳ କିଶୋର ଚୋୖବେର ଘରକୁ ଏବଂ କୃଷି ଜମି ଉପରେ ବୁଲଡୋଜର ମଡ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁଥିପାଇଁ ଜିଲ୍ଲାର ବିଭିନ୍ନ ପୋଲିସ୍ ଷ୍ଟେସନର ମହିଳା ଅଧିକାରୀଙ୍କୁ ରାଣେଙ୍କୁ ଡକାଯାଇଥିଲା ଏବଂ ପରେ ବୁଲଡୋଜରରେ ଅଭିଯୁକ୍ତର ଘର ଭାଙ୍ଗି ଦିଆଯାଇଥିଲା।

ମହିଳା ପୋଲିସ ଅଧିକାରୀମାନେ ଅଭିଯୁକ୍ତଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଳାଇ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ପ୍ରାୟ ୭୫ ଲକ୍ଷ ମୂଲ୍ୟର ଜମି ମୁକ୍ତ କରାଯାଇଛି। ଏହି କାର୍ଯ୍ୟର ନେତୃତ୍ୱ ନେଉଥିବା ମହିଳା ପୋଲିସ ଅଧିକାରୀ ପ୍ରୀତି କୁର୍ମୀଙ୍କ କହିବାନୁସାରେ, ଏହା ସମାଜକୁ ଏକ ବଡ଼ ବାର୍ତ୍ତା ପଠାଇବ ଏବଂ ଅପରାଧୀଙ୍କ ମଧ୍ୟରେ ମଧ୍ୟ ଭୟ ସୃଷ୍ଟି କରିବ।

Get real time updates directly on you device, subscribe now.