(Video) ଅପେରା ଦେଖିବାକୁ ଯାଇଥିଲେ, ନାରୀ ମାଂସଲୋଭୀଙ୍କ କୁଦୃଷ୍ଟିରେ ପଡିଲେ ନାବାଳିକା, ତାପରେ…

ସମ୍ବଲପୁର- ପ୍ରେମିକ ଓ ସାହି ପଡିଶାଙ୍କ ସହ ଅପେରା ଦେଖିବାକୁ ଯାଇଥିଲେ ନାବାଳିକା । ଅପେରା ଦେଖି ଗାଁକୁ ସମସ୍ତେ ଫେରୁଥିବା ବେଳେ ଜଙ୍ଗଲ ରାସ୍ତାରେ କିଛି ଦୁର୍ବୃତ୍ତ ନାବାଳିକା ଓ ତାଙ୍କ ପ୍ରେମିକଙ୍କୁ ଟାଣି ନେଇ ନିଛାଟିଆ ଜାଗାରେ ଗଣ ଦୁଷ୍କର୍ମ କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ୪ ଅଭିଯୁକ୍ତଙ୍କୁ କାବୁକରିଛି ।

୩୦ ନଭେମ୍ବର ରାତିରେ ପୀଡିତା, ତାର ପ୍ରେମିକ ତଥା ଅନ୍ୟ କିଛି ସାହି, ପଡିଶା ଲୋକ ସମ୍ବଲପୁର ବିଲୁଙ୍ଗ ଗାଁକୁ ଅପେରା ଦେଖିବାକୁ ଯାଇଥିଲେ । ଅପେରା ଦେଖିସାରି ସେମାନେ ଗାଁକୁ ଫେରିବା ବେଳେ ୪ ଜଣ ଯୁବକ ସେମାନଙ୍କୁ ଘେରି ଯାଇ ପାଟିତୁଣ୍ଡ ଓ ଗଣ୍ଡଗୋଳ କରିଥିଲେ । ଏହା ପରେ ଅନ୍ୟମାନେ ସେଠାରୁ ପଳାଇ ଯାଇଥିବା ବେଳେ ନାବାଳିକା ଓ ତାଙ୍କ ପ୍ରେମିକ ଦୁର୍ବୃତ୍ତମାନଙ୍କ ହାବୁଡରେ ପଡିଯାଇଥିଲେ ।

ଏହା ପରେ ସେହି ଦୁର୍ବୃତ୍ତମାନେ ସେହି ଦୁଇ ଜଣଙ୍କୁ ଏକ ନିଛାଟିଆ ଜାଗାକୁ ନେବା ପରେ ସେଠାରେ ଜଣକ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ । ନାବାଳିକା ଯନ୍ତ୍ରଣାରେ ଚିକ୍ରାର କରିବାରୁ ତାର ପାଟିକୁ ମାଡିବସି ଧରିଥିଲେ । ଖାଲି ସେତିକି ନୁହେଁ, ପ୍ରେମିକକୁ ଦୁଷ୍କର୍ମର ଦୃଶ୍ୟ ଦେଖିବାକୁ ମଧ୍ୟ ଡରେଇ ଧମକେଇ ବାଧ୍ୟ କରିଥିଲେ ।

ପ୍ରେମିକ ମଧ୍ୟ ଅସହାୟ ହୋଇ ସବୁ ଦେଖୁଥିଲା । ତେବେ ସେମାନଙ୍କ ମନ ଭରିବା ପରେ ସେମାନେ ସେଠାରୁ ଚାଲିଯାଇଥିଲେ । ଘରକୁ ଫେରି ନାବାଳିକା ପରିବାର ଆଗରେ ସବୁ କହିବା ପରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଖୋଳତାଡ କରିବା ପରେ ସେମାନଙ୍କୁ କାବୁ କରି କୋର୍ଟ ଚାଲାଣ କରିଛି ।