fbpx

Video: ଛାତ୍ରୀଙ୍କ ସହିତ ଅସଦାଚରଣ, ଗାଁ ଦାଣ୍ଡରେ ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ଛେଚିଲେ ମହିଳା

Advertisement

ଭଦ୍ରକ: ଛାତ୍ରୀଙ୍କୁ ଅସଦାଚରଣ କରି ନିର୍ଦ୍ଧୁମ ମାଡ଼ ଖାଇଲେ ଶିକ୍ଷକ। ଛାତ୍ରୀଙ୍କ ବ୍ୟବହାରରେ ସୀମା ଟପବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗାଁ ଦାଣ୍ଡରେ ଗାଁର ମହିଳା ମାନେ ମିଶି ଏକ ଖୁଣ୍ଟରେ ବାନ୍ଧି ପକାଇବା ସହ ମହିଳା ମାନେ ନିର୍ଧୁମ ମାଡ ମାରିଥିଲେ। ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଗୁଆଁଳ ଗ୍ରାମରେ।

ଅଭିଯୋଗ ମୁତାବକ ଗତକାଲି ଭାବେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପର୍ଶୁରାମବେହେରା ନାମକ ଜଣେ ଶିକ୍ଷକ ଷଷ୍ଟ ଶ୍ରେଣୀରେ ପଡୁଥିବା ଦୃଇ ଜଣ ଛାତ୍ରୀଙ୍କୁ ଡାକି ଅସଦାଚରଣ କରିଥିଲେ। ଛାତ୍ରୀ ଦୁଇ ଜଣ ଏନେଇ ଘରେ ମା ନିକଟରେ କହିବା ପରେ ଆଜି ବିଚାର ହେବାର ଥିଲା, ହେଲେ ତାପୂର୍ବରୁ ଉକ୍ତ ଶିକ୍ଷକକୁ ମହିଳା ଅଭିଭାବକ ମାନେ ଡାକି ଖୁଣ୍ଟରେ ବାନ୍ଧି ମାଡ ମାରିଥିବା ଦେଖିବାକୁ ମିଳିଛି।

 

Get real time updates directly on you device, subscribe now.