ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ବାହାଘର ଭାଇରାଲ ହେବାରେ ଲାଗିଛି । ଏହା ଏକ ବିବାହ ଉତ୍ସବର ଅଟେ । ତେବେ ବାହାଘର ବେଦୀରେ କେବଳ ବିଡାବିଡା ନୋଟ୍ ନେଣଦେଣ ହେଉଥିବା ଦେଖାଯାଇଛି । ଉତ୍ତରପ୍ରଦେଶ ମେରଠରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ବରକୁ ଯୌତୁକ ହିସାବରେ 2 କୋଟି 56 ଲକ୍ଷ ଟଙ୍କା ଦିଆଯାଇଥିବା ଜଣାପଡିଛି । କେବଳ ଏତିକି ନୁହେଁ ଜୋତା ଚୋରି ପାଇଁ ମୋଟା ଅଙ୍କର ଟଙ୍କା ଦିଆଯାଇଛି ।
ତେବେ ଏହି ବିବାହର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ବିବାହକୁ ନେଇ ଚର୍ଚ୍ଚା ମଧ୍ୟ ବଢିବାରେ ଲାଗିଛି । ବିବାହ ମଣ୍ଡପରେ ବର କନ୍ୟା ବସିଥିବା ବେଳେ କିଛି ସୁଟକେସ ଦୃଶ୍ୟମାନ ହେଉଛି । ଏଥିରେ ଟଙ୍କା ଭରି ହୋଇ ରହିଥିବା ଦେଖାଯାଇଛି । ତେବେ ପ୍ରତିଟି ନୀତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଉଡାଯାଉଥିବା ଦେଖାଯାଇଛି । ଯୌତୁକ ପାଇଁ 2 କୋଟି 56 ଲକ୍ଷ, ଜୋତା ଚୋରାଇବା ପରମ୍ପରା ପାଇଁ 11 ଲକ୍ଷ ଏବଂ ନିକାହ ପଢିବା ପାଇଁ ମଧ୍ୟ 11 ଲକ୍ଷ ଟଙ୍କା ଦେଇଥିବା ଦେଖାଯାଇଛି । ଏହା ଏକ ମୁସଲିମ୍ ବାହାଘର ଅଟେ । ତେବେ ବାହାଘରେ ଉପସ୍ଥିତ ଲୋକେ ଲଗାତାର ଭିଡିଓ ମଧ୍ୟ କରୁଥିବା ଦେଖାଯାଇଛି । ତେବେ ଏତିକି ନୁହେଁ ଧର୍ମସ୍ଥଳକୁ 8 ଲକ୍ଷ ଟଙ୍କା ଦାନ କରାଯାଇଛି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି ।
आज मुसलमान कहता हैं कि उनके हालात ऐसे क्यों है?
Up:#मेरठ के NH रिसोर्ट में एक शाही निकाह संपन्न हुआ,जिसमें ₹2.56 करोड़ दूल्हे को, ₹11 लाख जूता चुराई,₹11 लाख निकाह पढ़ाई, ₹8 लाख मस्जिद को…
अफ़सोस ग़रीब बेटियां यही सब रिवाज कि वजह से बैठी रह जातीं हैं।😢#islam #muslim #nikaah pic.twitter.com/t5SepBcEM9— Aarzoo (@aarzoo31054) December 2, 2024