ନୂଆଦିଲ୍ଲୀ- ଦି ଥିଲା ଅନ୍ତର୍ଜାତୀୟ ପୁରୁଷ ଦିବସର ଆଉ ଏହି ଦିବସର ଶୁଭେଚ୍ଛା ଜଣାଇଥିଲେ ଜଣେ ଯୁବତୀ । ତେବେ ସେ ଏମିତି ଶୁଭେଚ୍ଛା ଜଣାଇଲେ କି ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଆରମ୍ଭ ହୋଇଛି ଝଡ । ତୁରନ୍ତ ଏହି ଯୁବତୀଙ୍କ ବିରୋଧରେ ଆକ୍ସନ ନେବାକୁ ୟୁଜର୍ସ ଦାବି କରୁଛନ୍ତି । ତେବେ ଏମିତି କଣ କଲେ କି ଯୁବତୀ, ତାଙ୍କ ବିରୋଧରେ ତେଜିଛି ଅସନ୍ତୋଷ ।
ସନ୍ନତି ମିତ୍ରା ନାମକ ଏହି ଯୁବତୀ ଇଣ୍ଡିଆ ଗେଟ ସମ୍ମୁଖରେ ଧଳା ରଙ୍ଗର ଏକ ଟାୱେଲ ପିନ୍ଧି ଡ୍ୟାନ୍ସ କରୁଥିବା ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି, ସେ ଦେଶର ସହିଦଙ୍କ ସମ୍ମାନରେ ନିର୍ମିତି ଏହି ସ୍ମାରକୀ ଆଗରେ ଟାୱେଲ ପିନ୍ଧି ମେରେ ଖ୍ୱାବୋମେ ଯୋ ଆୟେ… ଗୀତରେ ନାଚୁଛନ୍ତି । ତାଙ୍କ ଏପରି ନାଚ ଦେଖି ସେଠାରେ ଥିବା ଦେଖଣାହାରି ମଧ୍ୟ ବିସ୍ମିତ ହୋଇଛନ୍ତି । ଏହି ଭିଡିଓ ସେ ଏକ୍ସ ହ୍ୟାଣ୍ଡରେ ସେୟାର କରିବା ପରେ ତାକୁ ଦେଖି ୟୁଜର୍ସଙ୍କ ରାଗ ଯେମିତି ବନ୍ଧ ଭାଙ୍ଗିଛି । ଯୁବତୀଙ୍କ ଉପରେ ବର୍ଷିଛନ୍ତି ୟୁଜର୍ସ ।
ଏପରି ସାର୍ବଜନୀନ ତଥା ଗୌରବପୂର୍ଣ୍ଣ ସ୍ଥାନରେ ଯୁବତୀଙ୍କ ଅଶ୍ଲୀଳ ନାଚକୁ ନେଇ ୟୁଜର୍ସ ଦିଲ୍ଲୀ ସରକାର ତଥା ପୁଲିସକୁ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ତେବେ ଏହି ଯୁବତୀ ସବୁ ସମୟରେ ବିବାଦରେ ଘେରି ରହିବାକୁ ପସନ୍ଦ କରିଥାନ୍ତି ବୋଧେ । ସନ୍ନତି ତାଙ୍କ ଇନଷ୍ଟା ଆକାଉଣ୍ଟରେ ନିଜ ସମ୍ପର୍କରେ ଉଲ୍ଲେଖ କରିଛନ୍ତି କି, ସେ ୨୦୧୭ରେ ମିସ କୋଲକାତା ରହିଛନ୍ତି । ତାଙ୍କୁ ୧୮ ଲକ୍ଷ ଲୋକ ଫଲୋ କରୁଛନ୍ତି ।
ତେବେ ଦୁର୍ଗାପୂଜା ସମୟରେ ସନ୍ନତି ଚର୍ଚ୍ଚାକୁ ଆସିଥିଲେ । ଦୁର୍ଗାପୂଜା ମଣ୍ଡପକୁ ଦୁଇ ଜଣ ମଡେଲଙ୍କ ସହ ବୁଲି ଯିବାର ଫଟୋ ସେୟାର କରିବା ପରେ ତାଙ୍କ ପୋଷାକକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।
इंस्टाग्राम रील की आदत ने भारत की लड़कियों को बर्बाद कर दिया है, ये सन्नाती मितरा है जोकि 2017 में मिस कोलकाता रही थीं आजकल इन्स्टाग्राम पर Soft Porn रील बनाती है, और आजादी का गलत फायदा उठाती हैं।
आजादी के दौरान अपनी जान देश पर न्योछावर करने वाले वीरों की याद में बनाए गए दिल्ली… pic.twitter.com/4BvTxRbP0M
— Barabanki News (@BBKNews) November 20, 2024