fbpx

Official Secrets Act ଅନୁଯାୟୀ ପୋଲିସ ଷ୍ଟେସନ ଏକ ନିଷିଦ୍ଧ ଅଞ୍ଚଳ ନୁହେଁ, ଏହା ପରିସରରେ ଭିଡିଓ ଶୁଟିଂ ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ: ଅଫିସିଆଲ ସିକ୍ରେଟସ ଆକ୍ଟ (ଓଏସଏ)କୁ ନେଇ ବମ୍ବେ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ପୋଲିସ ଷ୍ଟେସନ ଓଏସଏ ଅଧିନରେ ଏକ ନିଷିଦ୍ଧାଞ୍ଚଳ ଭାବେ ପରିଗଣିତ ହେଉ ନାହିଁ । ତେଣୁ ପୋଲିସ ଷ୍ଟେସନ ପରିସରରେ ଭିଡିଓ ଶୁଟିଂ କରିବା ଏକ ଅପରାଧ ନୁହେଁ । ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ଏଭଳି ରାୟ ଦେଇଛନ୍ତି ।

ପିଟିଆଇ ରିପୋର୍ଟ ମୁତାବକ, ୨୦୧୮ ମସିହା ମାର୍ଚ୍ଚ ୧୮ ତାରିଖରେ ଥାନା ପରିସରରେ ଭିଡିଓ ଶୁଟିଂ କରିବାକୁ ନେଇ ଓଏସଏ ଅଧିନରେ ରବିନ୍ଦ୍ର ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତି ମାମଲା ଦାୟର କରିଥିଲେ । ଗତ ଜୁଲାଇ ମାସରେ ଜଷ୍ଟିସ ମନୀଶ ପିଟାଲେ ଓ ବାଲ୍ମିକୀ ମେନେଜିସ ଏହି ମାମଲାକୁ ଖାରଜ କରିଦେଇଥିଲେ ।

ଓଏସଏର ଧାରା ୩ ଓ ଧାରା ୨(୮) ଅନୁଯାୟୀ ଥାନା ଏକ ନିଷିଦ୍ଧ ସ୍ଥାନ ନୁହେଁ । ସରକାରୀ ଗୋପନୀୟତା ଅଧିନିୟମର ଧାରା ୨ (୮)ରେ ନିଷିଦ୍ଧ ସ୍ଥାନର ପରିଭାଷା ବିଷୟରେ କୁହାଯାଇଛି, ଯାହାକି ପ୍ରାସଙ୍ଗିକ ଅଟେ । ଏହା ଏକ ବିସ୍ତୃତ ପରିଭାଷା, ସେଥିରେ ପୋଲିସ ଷ୍ଟେସନକୁ ଏପରି ନିଷିଦ୍ଧ ସ୍ଥାନ ଭାବେ ସାମିଲ କରାଯାଇ ନାହିଁ ।

ଏହି ନିୟମ ଉପରେ ବିଚାର କରି ଅଦାଲତ କହିଥିଲେ, କଥିତ ଅପରାଧିକ ମାମଲାରେ ଅର୍ଜି ଆଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର କରାଯିବ ନାହିଁ । ଅଭିଯୋଗ ମୁତାବକ, ଉପାଧ୍ୟାୟ ନିଜର ପଡ଼ୋଶୀଙ୍କ ସହିତ ବିବାଦକୁ ନେଇ ନିଜର ପତ୍ନୀଙ୍କ ସହିତ ୱାର୍ଦ୍ଧା ପୋଲିସ ଷ୍ଟେସନକୁ ଆସିଥିଲେ । ଉପାଧ୍ୟାୟ ତାଙ୍କର ପଡ଼ୋଶୀଙ୍କ ନାମରେ ଅଭିଯୋଗ ଦାଖଲ କରିଥିଲେ । ଅନ୍ୟପକ୍ଷରେ ଉପାଧ୍ୟାୟଙ୍କ ବିରୋଧରେ ମଧ୍ୟ ପାଲଟା ଅଭିଯୋଗ ଦାୟର ହୋଇଥିଲା ।

Get real time updates directly on you device, subscribe now.