CHARIDHAM

Video: ଋଣରେ ବୁଡି ନିଲାମ ହେଇଯାଇଥାନ୍ତା ସୁର ରାଉତରାୟଙ୍କ ଘର ,ଘଟଣା ମନେପକେଇ କାନ୍ଦିଲେ ପୁଅ ସିଦ୍ଧାର୍ଥ ରାଉତରାୟ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ଟାଣୁଆ ନେତା ହେଉଛନ୍ତି ସୁରେଶ କୁମାର ରାଉତରାୟ। ତାଙ୍କର ଜୋସ୍ ଏବଂ ଦମ୍ଭ ଦେଖି ସମସ୍ତେ ଖୁସି ହୋଇଯାନ୍ତି। ଦେଶ ଦୁନିଆର ପ୍ରତ୍ୟେକ ଘଟଣାରେ ସେ ତାଙ୍କର ମତ ରଖିଥାନ୍ତି। ଏବେ ବୟସ ଅଧିକ ହୋଇଯିବାରୁ ନିଜ ପୁଅ ମାନଙ୍କୁ ଆଗକୁ ଆଣି ରାଜନୀତିରୁ ସନ୍ୟାସ ନେବାକୁ ଚିନ୍ତା କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳି ଜଟଣୀରୁ ସାନ ପୁଅ ମନ୍ମଥ ରାଉତରାୟ ରାଉତରାୟକୁ ଛିଡ଼ା କରିବାକୁ ଘୋଷଣା କରିଥିବା ବେଳେ ଏବେ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ମଧ୍ୟ ରାଜନୀତିକୁ ଆଣିବାକୁ ଯୋଜନା କରୁଛନ୍ତି।

ଆଜି ବାପା ସୁର ରାଉତରାୟଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ସିଦ୍ଧାର୍ଥ ରାଉତରାୟ ‘ଓଡ଼ିଶା ଭାସ୍କର’କୁ ଦେଇଥିବା ସାକ୍ଷାତକାରରେ ପୁରୁଣା ଦିନର ଅଭୁଲା କଥାକୁ ମନେ ପକାଇ ଆଖିରୁ ଲୁହ ଝରାଇଛନ୍ତି । ଏହି ସାକ୍ଷାତକାରରେ ନିଜର ସଂଘର୍ଷ ଦିନର କଥାକୁ ସେ ମନେ ପକାଇଛନ୍ତି, ଯେଉଁ ସମୟରେ ବ୍ୟବସାୟରେ ବିଫଳ ହେବାରୁ ବ୍ୟାଙ୍କରେ ପ୍ରଚୁର ଲୋନ୍ ଟଙ୍କା ରହିଯାଇଥିଲା । ଯାହାକୁ ସୁଝିବା ପାଇଁ ତାଙ୍କୁ ସୁଦୁର ଆମେରିକା ଯିବା ପାଇଁ ପଡ଼ିଥିଲା । ଦେଖନ୍ତୁ କଣ କହୁଛନ୍ତୁ ସିଦ୍ଧାର୍ଥ ।