fbpx

(Video) ଶହ ଶହ ଲୋକଙ୍କ ମଝିରେ ଶୋଇଛି ମହାବଳ ବାଘ; ଭାଙ୍ଗୁ ନାହିଁ ନିଦ, ଯେତେବେଳେ ନିଦ ଭାଙ୍ଗୁଛି ଖାଲି….

Advertisement

ଓଡ଼ିଶା ଭାସ୍କର: ଗାଁରେ ବାଘ ପଶିଲା ଆଉ ଖାଲି ଘୁମେଇଲା। ରାତି ସାରା ପାଚେରି ଉପରେ ଶୋଇଲା ହେଲେ ନିଦ ଭାଙ୍ଗିଲାନି। ସକାଳୁ ଉଠିଲା ବେଳକୁ ବାଘ ପୁରା ନିଶାରେ ଥିଲା। ଗାଁରେ ଶହ ଶହ ଲୋକ । ସମସ୍ତେ ଜଗି ରହିଛନ୍ତି । ଆଉ ମଝିରେ ଶୋଇଛି ମହାବଳ ବାଘ । ନିଦ ବିଲକୁଲ ବି ଭାଙ୍ଗୁ ନାହିଁ । ଆଉ ଯେତେବେଳେ ନିଦ ଭାଙ୍ଗିଲା ସେତେବେଳେ ବାଘ ଖାଲି ଘୁମେଇଲା । କୋଉଠି ଅଛିି କିଛି ବୁଝି ପାରିଲା ନାହିଁ । ରାତିରେ ଗାଁକୁ ପଶିଥିଲା କେହି ନଥିଲେ । ହେଲେ ଶକାଳୁ ଶକାଳୁ ଶହ ଶହ ଲୋକ । କିନ୍ତୁ କାହାରିକୁ କିଛି ବି କଲା ନାହିଁ । ବାଘ ପୁରା କୁକୁର ପରି ନିରବ ହୋଇଛି ଗାଁ ମଝିରେ ଝିଡ଼ା ହୋଇଥିଲେ । ଲୋକ ମାନେ ବି ଭୟ କଲେ ନାହିଁ ।

ଶହ ଶହ ସଂଖ୍ୟାରେ ଗଦା ହୋଇ ରେକର୍ଡିଂ କଲେ ଦେଖିବାକୁ ଲାଗିଲେ । ଏମିତି କିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ପାଇଳବିଟ୍ ଜିଲ୍ଲା କାଳିନାଗର ଆଟକୋନ୍ ଗାଁରେ । ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ । ବାଘ କେମିତି ଗୃହପାଳିନ ପଶୁ ଭଳି ଗାଁ ପାଚେରୀ ଉପରେ ଶୋଇ ରହିଛି । ଯେମିତି କୁକୁର ମାନେ ଶୁଅନ୍ତି ଠିକ ସେମିତିି । ଆଉ ଯେତେବେଳେ ନିଦ ଭଙ୍ଗିଲା ସେତେବେଳେ ବି କାହାରିକୁ କିଛି ବି କଲା ନାହିଁ । ଯେମିତି ସେ ପୁରା ନିଶାରେ ରହିଛି ସେହି ପରି ଛିଡ଼ା ହୋଇ ରହିଲା । ଠିକସେ ଚାଲି ମଧ୍ୟ ପାରୁ ନଥିଲା ବାଘ । ଏମିତି ଲାଗୁଥିଲା ଜଙ୍ଗଲ ଭିତରେ କିଛି ନିଶା ଦ୍ରବ୍ୟ ଖାଇ ଦେଇଛି ବାଘ । କାରଣ ମହାବଳ ବାଘ କାହାରିକୁ କିଛି ନକରି ଏମିତି ଗାଁ ମଝିରେ ଛିଡ଼ା ହେବା ଅସମ୍ଭବ କଥା ।

ଖବର ମୁତାବିକୁ ଏହି ବାଘଟି ହେଉଛି ପାଇଲବିଟ ଜିଲ୍ଲା ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ ଭିତରୁ ଗାଁ ମଧ୍ୟକୁ ଚାଲିଆସିଥିଲା । ସୋମବାର ରାତିରେ ଗାଁ ମଧ୍ୟକୁ ଆସି ପାଚେରି ଉପରେ ଶୋଇ ରହିଥିଲା । ସକାଳକୁ କୁକୁର ବୁକିବା ବେଳେ ଗାଁ ଲୋକେ ବାଘକୁ ଦେଖିଥିଲେ । ଏହା ପରେ ଗାଁ ଲୋକେ ପୁରା ଭୟଭିତ ହୋଇଯାଇଥିଲେ । ହେଲେ ଯେତେବେଳେ ଜାଣିଥିଲେ ବାଘ ଚାଲି ପାରୁନାହିଁ ତାହାପରେ ବାଘକୁ ଦେଖିବାକୁ ଲୋକ ରୁଣ୍ଡ ହୋଇଥିଲେ । ଏହାପରେ ଫରେଷ୍ଟ ଡିପାର୍ଟମେଣ୍ଟକୁ ଖବର ଦେବା ପରେ ଫରେଷ୍ଟ ବିଭାଘ ଆସି ବାଘକୁ ଜନ୍ତାରେ ପଶାଇ ଜଙ୍ଗଲକୁ ନେଇଥିଲା । ହେଲେ ବାଘର ଏମିତି ଅବସ୍ଥା କଣ ପାଇଁ ହୋଇଥିଲା ତାହା ଜଣାପଡ଼ି ନାହିଁ ।

Get real time updates directly on you device, subscribe now.