fbpx

Video: ପଶୁ ଓ ମଣିଷଙ୍କ ଅନାବିଳ ପ୍ରେମ,ପରିଣତ ବୟସରେ ସାହାରା ସାଜିଛନ୍ତି ଦୁଇ ମାଙ୍କଡ

ଭଦ୍ରକ: ପରିଣତ ବୟସରେ ଦୁଇ ମାଙ୍କଡ ସାଜିଛନ୍ତି ସାହାରା। ମଣିଷ ଓ ପଶୁ ମଧ୍ୟରେ ରହିଛି ଅନାବିଳ ପ୍ରେମ। କେହି କାହାକୁ ଘଡିଏ ନ ଦେଖିଲେ ରହିପାରିବେନି। ଖା କହିଲେ ଖାଉଛି ଆ କହିଲେ ପାଖରେ ବସି ଘଷି ହେଉଛିା ବୃଦ୍ଧଙ୍କର ପ୍ରତି ଇସରାକୁ ବୁଝି ଯାଉଛନ୍ତି ଏମାନେ। ତେବେ ଏହି ବୃଦ୍ଧ ମଉସା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ସରପଦ ଗ୍ରାମର ଲାଡୁ ତିଆରିା ସ୍ତ୍ରୀ ଚାଲିଯିବା ପରେ ନିଜର କେହି ନଥିବାରୁ ଏଣେ ତେଣେ ବୁଲୁଥିଲେ।

ମୁର୍ମୁଷ ଅବସ୍ଥାରେ ମାଙ୍କଡ ଛୁଆ ଦୁଇଟିକୁ ପାଇ ତାଙ୍କର ଲାଳନ ପାଳନ କରିଛନ୍ତି ଲାଡୁ ମଉସା। ସ୍ନେହରେ ନା ଦେଇଛନ୍ତି ରାମୁ ଓ ଶାନ୍ତି। ସେଥିପାଇଁ ଲାଡୁ ମଉସାଙ୍କୁ ଛାଡି କୁଆଡେ ଯାଆନ୍ତି ନାହିଁ ମାଙ୍କଡ ଦୁଇଟି। ଯଦି କେବେ ଲାଡୁ ମଉସାଙ୍କ ଦେହ ଖରାପ ହୁଏ ପାଖ ପଡିଶାଙ୍କୁ ଡାକି ଆଣି ମଉସାଙ୍କ ଯତ୍ନ ନେବାକୁ ଇସାରାରେ ଅନୁରୋଧ କରନ୍ତି। ସତେ ଯେପରି ଏହି ମାଙ୍କଡ ହିଁ ବୃଦ୍ଧ ମଉସାଙ୍କ ପିଲାଛୁଆ।

ବୃଦ୍ଧ ମଉସାଙ୍କ ମୁଣ୍ଡ ଗୁଞ୍ଜିବାକୁ ଘର ନା ଅଛି ରାସନ କାର୍ଡ ଓ ଅନ୍ୟାନ୍ୟ ସୁବିଧା। ନିଜର କେହି ନଥିବା ବେଳେ ଏହି ମାଙ୍କଡ ଦୁଇଟି ସାଜିଛନ୍ତି ଆସାବାଡି। ଘର ଘର ବୁଲି ନିଜର ପେଟ ପୋଷନ୍ତି। ଲେକେ ଆଗହ୍ର କରି ମାଙ୍କଡଙ୍କୁ ଦେଖି କିଏ ଚାଉଳ ମୁଠେ ତ କିଏ ପନିପରିବା ଦିଅନ୍ତି ସେଇଥିରେ ଚଳି ଯାଆନ୍ତି ଲାଡୁ ମଉସା। ତାଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ନିଜେ ଲାଡୁ ମଉସା।

 

Get real time updates directly on you device, subscribe now.