fbpx

(Video): ଆଜି ପବିତ୍ର ଜନ୍ମାଷ୍ଟମୀ…ମଥୁରାରେ ଶ୍ରୀକୃଷ୍ଣଙ୍କ ଆଳତୀ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ନୂଆଦିଲ୍ଲୀ: ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ସହିତ ଦେଶର ବିଭିନ୍ନ କୃଷ୍ଣ ମନ୍ଦିରକୁ ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଛି । ଶ୍ରୀକୃଷ୍ଣଙ୍କ ଗୋଟିଏ ଝଲକ ପାଇଁ ବିଭିନ୍ନ ମନ୍ଦିରକୁ ଛୁଟୁଛି ଭକ୍ତଙ୍କ ସୁଅ । ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିର ଭକ୍ତଙ୍କ ପାଇଁ ୨୦ ଘଣ୍ଟା ଖୋଲାରହିବ ।

କୃଷ୍ଣ ଜନ୍ମସ୍ଥାନ ମନ୍ଦିର ଅଧିକାରୀଙ୍କ ଅନୁଯାୟୀ ସକାଳ ସାଢ଼େ ୫ଟାରୁ ଠାକୁରଜୀଙ୍କ ପଞ୍ଚାମୃତ ଅଭିଷେକ ଏବଂ ପୁଷ୍ପାଞ୍ଜଳି ସହ ମଙ୍ଗଳ ଆଳତୀ ଉତ୍ସବ ଆରମ୍ଭ ହୋଇଥିଲା । ସନ୍ଥ ନୃତ୍ୟ ଗେପାଲ ଦାସଙ୍କ ନେତୃତ୍ୱରେ ରାତିଅଧରେ ଠାକୁରଜୀଙ୍କ ବାଳ ସ୍ୱରୂପର ମହାଭିଷେକ ହେବ । ଏହି ସମାରୋହ ରାତି ୧୧ଟାରୁ ଆରମ୍ଭ ହୋଇ ୧୨ଟା ୪୦ ପର୍ଯ୍ୟନ୍ତ ଚାଲିବ । ସେହିପରି ରାତି ୨ଟାରେ ଶୟନ ଆରତୀ ସହ ଏହି ଉତ୍ସବ ଶେଷ ହେବ । ଅଗଷ୍ଟ ୨୭କୁ ବୃନ୍ଦାବନରେ ଜନ୍ମାଷ୍ଟମୀ ପାଳନ ହେବ । ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.