Video: ତୃପ୍ତିଙ୍କ ମାଉସୀ କଲେ ବଡ଼ ଖୁଲାସା- ଦୁଇ ବର୍ଷ ହେଲା ଚାଲିଥିଲା ପ୍ରେମ ସମ୍ପର୍କ, ଘଟଣା ବିଷୟରେ ବାବୁସାନ୍ ଓ ପ୍ରକୃତିଙ୍କ ପରିବାର ଲୋକେ ଅବଗତ ଥିଲେ
ଭୁବନେଶ୍ୱର: ଏ ଘଟଣା ନୂଆ ନୁହେଁ, ଏମିତି ଦୁଇ ବର୍ଷ ହେଲା ଚାଲିଛି। ତୃପ୍ତିକୁ ଏପରି ଆଗରୁ କରିବାର ଥିଲା, ଘର ପରିବାରର ସମ୍ମାନକୁ ଯଗି ସେ ଏଯାଏଁ କିଛି କରି ନଥିଲା କି ପୋଲିସ ଦ୍ୱାରସ୍ତ ହୋଇ ନଥିଲା। ଆଜି ସକାଳୁ ଓଲିଉଡ୍ର ଚର୍ଚ୍ଚିତ ଅଭିନେତା ବାବୁସାନ୍ ଏବଂ ପ୍ରକୃତି ଏକା ସାଙ୍ଗରେ ଥିବା ସମୟରେ ଚଢାଉ କରିଥିଲେ ବାବୁସାନ୍ଙ୍କ ସ୍ତ୍ରୀ ତୃପ୍ତି। ଖାଲି ଚଢାଉ କରି ନଥିଲେ ପ୍ରକୃତିଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିଥିଲେ।
ସାରା ରାଜ୍ୟରେ ଏହି ଖବର ଆଜି ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ କର ବୟାନ ଦେଇଛନ୍ତି ବାବୁସାନ୍ଙ୍କ ସ୍ତ୍ରୀ ତୃପ୍ତିଙ୍କ ମାଉସୀ। ଘରେ ବର୍ଷେ ତିନି ମାସର ପୁଅ ଓ ସ୍ତ୍ରୀକୁ ଛାଡ଼ି ପ୍ରକୃତି ମିଶ୍ର ସହିତ ରହୁଥିଲେ ବାବୁସାନ୍। ପ୍ରକୃତି ତାଙ୍କୁ ଡ୍ରଗ୍ସ ଦେଇ କାବୁ କରି ରଖିଥିଲେ। ଏହିପରି ଘଟଣା ଦିର୍ଘ ଦୁଇ ବର୍ଷ ଧରି ଆରମ୍ଭ ହେଲାଣି। ତୃପ୍ତି ଯେହେତୁ ପ୍ରେମ ବିବାହ କରିଥିଲେ ଏବଂ ନିଜ ଇଚ୍ଛାରେ ବାବୁସାନ୍ଙ୍କୁ ନିଜର କରିଥିଲେ ସେଥି ପାଇଁ ସେ ଚୁପ୍ ଥିଲେ। ଏତେ ଦିନ ଧରି ମୋ ଝିଆରି ଏହାକୁ ସହିବା ପରେ ଯେତେବେଳେ କୋଣସି ସମାଧାନର ବାଟ ବାହାରି ନଥିଲା, ବାଧ୍ୟ ହୋଇ ସେ ଏପରି କାର୍ଯ୍ୟ କରିଛି ବୋଲି କହିଛନ୍ତି ତୃପ୍ତିଙ୍କ ମାଉସୀ।
ଆସନ୍ତା ୩୦ ତାରିଖରେ ବାବୁସାନ୍ଙ୍କ ଜନ୍ମ ଦିନ ପାଳିବାକୁ ଦୁହେଁ ଚେନ୍ନାଇ ବାଟ ଦେଇ ପୋର୍ଟବ୍ଲେୟାର ଯିବାର ଯୋଜନା କରିଥିଲେ। ତୃପ୍ତି ଏହି ବିଷୟରେ ଜାଣିବା ପରେ ବାବୁସାନ୍ ଓ ପ୍ରକୃତି ଭଡ଼ା ନେଇ ରହୁଥିବା ଘର ପାଖରେ ଯଗି ରହିଥିଲେ। ଉଭୟେ ଯେତେବେଳେ ଏୟାରପୋର୍ଟ ବାହାରିଥିଲେ ସେହି ସମୟରେ ଦୁହିଁଙ୍କ ଉପରେ ଚଢାଉ କରି ମାଡ଼ ମାରିଥିଲେ।
ତୃପ୍ତିଙ୍କ ମାଉସି ଏହା ମଧ୍ୟ କହିଛନ୍ତି ଯେ, ବାବୁସାନ ନିଜେ ତୃପ୍ତିଙ୍କୁ ଫୋନ୍ କରି କହିଥିଲେ ସେ ପ୍ରକୃତିଙ୍କ ସହିତ ଅଛନ୍ତି । ପ୍ରାୟ ଏକ ବର୍ଷ ଧରି ବାବୁସାନ୍ ଘରକୁ ଆସୁ ନଥିଲେ । କିଛି ଜିନିଷ ଦରକାର ପଡିଲେ ସେ ଘରକୁ ଆସୁଥିଲେ । ତେବେ ବାବୁସାନ୍ ଜଣେ ରିତିମତ୍ ମଦୁଆ, ଦିନେ ମଦ ନପିଇଲେ ସେ ରହିପାରି ନଥାଏ । ଏପରିକି ତାଙ୍କର ଲିଭର ମଧ୍ୟ ଖରାପ ହୋଇସାରିଲାଣି ବୋଲି କହିଛନ୍ତି ତୃପ୍ତିଙ୍କ ମାଉସି । ୮ ମାସ ତଳେ ତାଙ୍କ ୩୦ପ୍ରତିଶତ ଲିଭର ଡ୍ୟାମେଜ ହୋଇଥିଲା । ଚିକିତ୍ସା ପରେ ତାଙ୍କର ଘର ଲୋକେ ମଧ୍ୟ ଏବିଷୟରେ ଅବଗତ ହୋଇଥିଲେ ।
ବାବୁସନ୍ଙ୍କ ମା ଅପରାଜିତା, ତୃପ୍ତି ଏବଂ ତାଙ୍କ ମାଉସି ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ରଙ୍କ ଘରକୁ ଯାଇ ଏବିଷୟରେ ଆଲୋଚନା କରିଥିଲେ । ପ୍ରକୃତି ମିଶ୍ରଙ୍କ ପରିବାର ଲୋକେ ଏହି ବିଷୟରେ ସବୁକିଛି ଅବଗତ ଅଛନ୍ତି । ବାବୁସାନ୍ ଏବଂ ପ୍ରକୃତି ପାଗଳ ହୋଇଯାଇଛନ୍ତି, ସେମାନେ ମୋ ଅକ୍ତିଆର ଭିତରେ ନାହାନ୍ତି, ମୁଁ ତାଙ୍କ ବିଷୟରେ କିଛି କହିପାରିବି ନାହିଁ ବୋଲି ମନ୍ମଥ ମିଶ୍ର କହିଥିବା ତୃପ୍ତିଙ୍କ ମାଉସି କହିଛନ୍ତି । ତୃପ୍ତି ଚାହିଁଲେ ଏହି ଘଟଣା ବିଷୟରେ ପୋଲିସ ଦ୍ୱାରସ୍ତ ହୋଇପାରନ୍ତି ବୋଲି ମଧ୍ୟ ମନ୍ମଥ ମିଶ୍ର କହିଥିଲେ ।