fbpx

Video: ବିମାନବନ୍ଦରରେ ଯୁବକଙ୍କୁ ନିର୍ଦ୍ଦୟ ଭାବରେ ମାଡ ମାରିଲେ ମହିଳା, ସାର୍ଟ ବି ଚିରି ଦେଲେ

ରାୟପୁର: ଜଣେ ଯୁବକଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଛନ୍ତି ଦଳେ ମହିଳା। ଏହି ଘଟଣା ରାୟପୁରର ସ୍ୱାମୀ ବିବେକାନନ୍ଦ ଆନ୍ତର୍ଜାତୀୟ ଏୟାରପୋର୍ଟ ବାହାରେ ଘଟିଥିବା ବେଳେ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ଭିଡିଓରେ କିଛି ମହିଳା ରାଗ ତମତମ ହୋଇ ଯୁବକ ଜଣକୁ ଗୋଟିଏ ବେଲ୍ଟ ଏବଂ ଚପଲରେ ଅତି ନିର୍ଦ୍ଦୟ ଭାବରେ ମାଡ ମାରୁଥିବା ଦେଖିବାକୁ ମିଳିଛି। କିିଛି ଟଙ୍କା ପାଇଁ ଏହି ବିବାଦ ଆରମ୍ଭ ହୋଇଥିବା ବେଳେ ଯୁବକ ଜଣକ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କ ସାର୍ଟକୁ ମହିଳାମାନେ ଚିରି ଦେଇଥିଲେ।

ସୂଚନା ଅନୁଯାୟୀ, ଦିନେସ ନାମକ ଯୁବକ ଜଣକ ପୂର୍ବରୁ ରାହୁଲ ଟ୍ରାଭେଲର୍ସରେ କାମ କରୁଥିଲେ। ତାଙ୍କୁ ମେ ଏବଂ ଜୁନ୍ ମାସର ଦରମା ମିଳି ନଥିବା ନେଇ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ସେ ଯେତେବେଳେ ଦରମା ଟଙ୍କା ମାଗିବା ପାଇଁ କମ୍ପାନୀ ଅଫିସରେ ପହଞ୍ଚିଥିଲେ କିଛି କର୍ମଚାରୀ ଖରାପ ବ୍ୟବହାର କରିବା ସହ ଯୁକ୍ତି ମଧ୍ୟ କରିଥିଲେ। ଏହାପରେ ସେ ମ୍ୟାନେଜରଙ୍କ ନମ୍ବର ମାଗିବାରୁ କିଛି ମହିଳା ତାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାକୁ ନେଇ ସେ ଥାନାରେ ସମ୍ପୃକ୍ତ ମହିଳାଙ୍କ ନାମରେ ଏତଲା ଦେଇଛନ୍ତି।

 

Get real time updates directly on you device, subscribe now.