ନୂଆଦିଲ୍ଲୀ: କେଦାରନାଥ ମନ୍ଦିରର ଗର୍ଭଗୃହରେ ନୋଟ ଉଡାଉଥିବା ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେଣୁ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ସୋମବାର ଦିନ ଏହି ସମ୍ବନ୍ଧରେ ଅଧିକାରୀଙ୍କୁ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି । ଗର୍ଭଗୃହରେ ପୂଜାରୀଙ୍କ ଉପସ୍ଥିତରେ ଏହି ପ୍ରକାର କାର୍ଯ୍ୟ ହେଇଥିବାରୁ ଅଜୟ ଅଧିକାରୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ଏବଂ ତଦନ୍ତ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ଦିର ସମିତିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ କହିଛନ୍ତି ଯେ, ଏହି ସମ୍ବନ୍ଧରେ ରୁଦ୍ରପ୍ରୟାଗର ଜିଲ୍ଲାଧିକାରୀ ପୋଲିସ ଅଧକ୍ଷକଙ୍କ ସହ ମଧ୍ୟ କଥା ହୋଇଛନ୍ତି । ସୋସିଆଲ ମିଡିଆ ଉପଯୋଗକର୍ତ୍ତାମାନେ ମଧ୍ୟ ଏହି ଭିଡିଓର କଡ଼ା ନିନ୍ଦା କରିଛନ୍ତି ଏବଂ ମହିଳାଙ୍କୁ ଏପରି ନ କରିବାକୁ ବାରଣ କରିନଥିବାରୁ ପୂଜାରୀଙ୍କ ବିଷୟରେ ମଧ୍ୟ ଆଲୋଚନା କରାଯାଉଛି ।
केदारनाथ मंदिर का इन दिनों एक नया वीडियो वायरल।
तीर्थ पुरोहितों के सामने महिला भगवान शिव लिंग पर उड़ा रही नोट।
केदारनाथ मंदिर समिति के कार्याधिकारी ने रुद्रप्रयाग पुलिस को दी तहरीर
संबंधित धाराओं में मुकदमा दर्ज
#Kedarnath #Uttarakhand pic.twitter.com/6HKmceoM5y— Sarita Tiwari (@saritatiwariuk) June 19, 2023
ଗର୍ଭଗୃହକୁ ସ୍ୱର୍ଣ୍ଣ ସହ ଜଡିତ ସ୍ଥାନରେ ପିତ୍ତଳ ଉପଯୋଗ କରାଯିବା ଏବଂ ଏଥିରେ ପାଖାପାଖି ଆରବ ଟଙ୍କାର ଠକେଇ ଅଭିଯୋଗକୁ ନେଇ କେଦାରନାଥ ଚର୍ଚ୍ଚାରେ ଅଛି । ଯେଉଁଠାରେ ପୁରୋହିତ ମହାପଞ୍ଚାୟତ ସହିତ କଂଗ୍ରେସ ଏବଂ ସମାଜବାଦୀ ପାର୍ଟୀ ପରି ରାଜନୈତିକ ଦଳ ମଧ୍ୟ ତଦନ୍ତ ପାଇଁ ଦାବି କରିଛନ୍ତି ।