Video: ଅଳ୍ପକେ ବର୍ତ୍ତିଗଲା ମହିଳାଙ୍କ ଜୀବନ, ଚଳନ୍ତା ଟ୍ରେନରୁ ଓହ୍ଲାଇବା ସମୟରେ ଖସିପଡିଲେ; କିନ୍ତୁ ଭଗବାନ ସାଜି ବଞ୍ଚାଇଦେଲେ ଯବାନ

ନୂଆଦିଲ୍ଲୀ: ମୁମ୍ବାଇର ବୋରିଭଲି ରେଳ ଷ୍ଟେସନରେ ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ମହିଳା ଟ୍ରେନ ଏବଂ ପ୍ଲାଟଫର୍ମ ମଧ୍ୟରେ ପଡ଼ିଯାଇଥିଲେ ଓ ସେଠାରେ ଫସି ଯାଇଥିଲେ । ତା’ପରେ ରେଳବାଇ ପୋଲିସ କର୍ମଚାରୀ ମହିଳା ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରି ତାଙ୍କ ଜୀବନ ବଞ୍ଚାଇଥିଲେ ।

ରେଳ ସୁରକ୍ଷା କର୍ମଚାରୀଙ୍କୁ ପ୍ରଶଂସା:
ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ମହିଳା ଜଣକ ଟ୍ରେନରୁ ଓହ୍ଲାଉଛନ୍ତି ଏବଂ ତା’ପରେ ସେ ଖସିପଡ଼ି ପ୍ଲାଟଫର୍ମ ମଧ୍ୟରେ ଫସି ଯାଇଛନ୍ତି । ତା’ପରେ ପାଖରେ ଠିଆ ହୋଇଥିବା ଜଣେ ରେଳବାଇ ପୋଲିସ କର୍ମଚାରୀ ମହିଳାଙ୍କୁ ବାହାରକୁ ଆଣିଛନ୍ତି ।

 

ଏହି ଭିଡିଓଟି ମଧ୍ୟ ଦେଖନ୍ତୁ :

ତେବେ ମହିଳା ଜଣକ ଟ୍ରେନରୁ ଓହ୍ଲାଇବା ସମୟରେ ଭାରସାମ୍ୟ ହରାଇ ବସିଥିଲେ, ଯାହା ପରେ ଏହି ଦୁର୍ଘଟଣା ଘଟିଥିଲା । ରେଳ ମନ୍ତ୍ରଣାଳୟ ଏହି ଘଟଣାର ସିସିଟିଭି ଭିଡିଓ ଟ୍ୱିଟରରେ ସେୟାର କରିଛି ।

ଏହି ଭିଡିଓ ସେୟାର କରିବା ସମୟରେ, ରେଳବାଇ ଯାତ୍ରୀମାନଙ୍କୁ ଚଳନ୍ତା ଟ୍ରେନରେ ଚଢ଼ିବାକୁ କିମ୍ବା ଓହ୍ଲାଇବାକୁ ଚେଷ୍ଟା ନ କରିବାକୁ ନିବେଦନ କରିଛି । ଏହା ସହିତ ମହିଳାଙ୍କ ଜୀବନ ବଞ୍ଚାଇବା ପରେ ଅନେକ ୟୁଜର୍ସ ରେଳ ସୁରକ୍ଷା କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ।