fbpx

Video: ସ୍ୱାମୀଙ୍କୁ ନିଜ ହାତ ମୁଠାରେ ରଖିବା ପାଇଁ ଜୌତିଷକୁ ୫୯ ଲକ୍ଷ ଟଙ୍କା ଦେଲେ ମହିଳା

Advertisement

ମୁମ୍ବାଇ: ମଣିଷ ଚନ୍ଦ୍ରରେ ହଞ୍ଚିଲାଣି। ସାଇନ୍ସରେ ମଧ୍ୟ ବହୁତ ଅଗ୍ରଗତି ହୋଇିଛି। କିନ୍ତୁ ଅନେକ ଲୋକ ଅଛନ୍ତି,ଯେଉଁମାନେ ଏହି ଆଧୁନିକ ସମୟରେ ଅନ୍ଧବିଶ୍ୱାସ ଜାଲ ଭିତରୁ ବାହାରକୁ ଆସି ପାରୁ ନାହାନ୍ତି। ଏହି ଅନ୍ଧବିଶ୍ୱାସ ଜାଲରେ ପାଠ ପଢା ଶିକ୍ଷିତ ଲୋକମାନେ ବି ଫସି ଯାଉଥିବା ନଜରକୁ ଆସିଛି। ତେବେ କଳାଯାଦୁ କରି ଅନ୍ୟକୁ ନିଜ ହାତ ମୁଠାରେ ରଖିବା ଏକ ଭିନ୍ନ ପ୍ରକାର ଅନ୍ଧବିଶ୍ୱାସ। କେଉଁ ଅନ୍ଧବିଶ୍ୱାସ ପାଇଁ ଜଣେ ବ୍ୟକ୍ତିଙ୍କର ୫୯ ଲକ୍ଷ ଟଙ୍କା ଯାଇଛି। ତେବେ ଅନ୍ଧବିଶ୍ୱାସର ଏଭଳି ଘଟଣା ମୁମ୍ବାଇର ପାୱାଇରୁ ସାମ୍ନାକୁ ଆସିଛି।

ଏହି ଅଞ୍ଚଳର ଜଣେ ମହିଳା ନିଜ ବ୍ୟବସାୟୀ ସ୍ୱାମୀଙ୍କୁ ନିଜ ହାତମୁଠାରେ ରଖିବା ପାଇଁ ଜୌତିଷକୁ ୫୯ ଲକ୍ଷ ଟଙ୍କା ଦେଇଥିବା ସୂଚନା ମିଳିଛି। ଏନେଇ ବ୍ୟବସାୟୀ ସ୍ୱାମୀ ଜଣକ ନିଜ ସ୍ତ୍ରୀର ପୂର୍ବ ପ୍ରେମୀ ଏବଂ ଜୌତିଷଙ୍କ ବିରୋଧରେ ଠକେଇ ଏବଂ ଧୋକା ମାଧ୍ୟମରେ ଟଙ୍କା ନେଇଥିବାର ଏକ ଏକ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ ଜ୍ୟୋତିଷ ଏବଂ ମହିଳାଙ୍କ ପୂର୍ବ ପ୍ରେମିକ ଏକାଠି ହୋଇ ମହିଳାଙ୍କୁ ବୁଝାଇଥିଲେ ଯେ ସେ ‘କଳା ଯାଦୁ’ କରି ତାଙ୍କ ସ୍ୱାମୀଙ୍କୁ ବଶୀଭୂତ କରିବେ। ଏହାର ପ୍ରତିବଦଳରେ ସେମାନେ ୨୪ ଲକ୍ଷ ଟଙ୍କାର ସୁନା ଏବଂ ନଗଦ ୩୫ ଲକ୍ଷ ଟଙ୍କା ନେଇଥିଲେ। ପାୱାଇ ପୋଲିସ କହିବା ଅନୁସାରେ ଜ୍ୟୋତିଷ ବାଦଲ ଶର୍ମା ଏବଂ ମହିଳାଙ୍କ ପୂର୍ବ ପ୍ରେମୀ ପରେଶ ଗଡାଙ୍କ ବିରୋଧରେ ଠକେଇର ଏକ ମାମଲା ରୁଜୁ ହୋଇଛିି।

Get real time updates directly on you device, subscribe now.