fbpx

(Video) ‘କିଛି ମାସ ଭିତରେ ଭାଙ୍ଗିଯିବ NDA ସରକାର’, ଏଭଳି ସିଗନାଲ ଦେଲେ INDIA ମେଣ୍ଟର ନେତା

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସରକାର ଗଠନ କରିବା ଲାଗି ପସ୍ତୁତ ଅଛି । ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଦାନମନ୍ତ୍ରୀ ପଦବୀ ପାଇଁ ଶପଥ ଗ୍ରହଣ କରିବେ । ଅନ୍ୟପଟେ ଇଣ୍ଡିଆ ମେଣ୍ଟ ମଧ୍ୟ ସରକାର ଗଠନ କରିବା ଲାଗି ପ୍ରସ୍ତୁତ ଚଳାଇଛି । ଏହାରି ମଧ୍ୟରେ ଇଣ୍ଡିଆ ମେଣ୍ଟର ନେତା ଏପରି କଥା କହିଛନ୍ତି ଯେଉଁଥିରେ ଏନଡିଏର ଚିନ୍ତା ବଢିଯାଇଛି ।

ବିଦୁଥାଲାଇ ଚିରୁଥାଇଗାଲ କଟଚିର ମୁଖ୍ୟ ତୋଲ ଥିରୁମାବଲବନ କହିଛନ୍ତି ଯେ, କାଲି ଇଣ୍ଡିଆ ବ୍ଲକର ନେତାମାନେ ମଲ୍ଲିକାର୍ଜୁନ ଖଡଗେଙ୍କ ଆବାସରେ ବୈଠକ କରିଛନ୍ତି । ଯେଉଁଠାରେ ବର୍ତ୍ତମାନ ପରିସ୍ଥିତିକୁ ନେଇ ବିସ୍ତାର ରୂପେ ଚର୍ଚ୍ଚା କରାଯାଇଛି । ଆମ ଅନୁସାରେ ବିଜେପି ୫ ବର୍ଷ ପର୍ଯ୍ୟନ୍ତ ସ୍ଥିର ସରକାର ହୋଇପାରିବ ନାହିଁ । କିଛି ମାସ ମଧ୍ୟରେ ତାଙ୍କୁ ନିଜ ମେଣ୍ଟରେ ଜଟିଳତାମାନ ସାମ୍ନା କରିବାକୁ ପଡିବ । ଉଚିତ ସମୟରେ ଆମେ ଉଚିତ ପଦକ୍ଷେପ ନେବୁ ।

Get real time updates directly on you device, subscribe now.