fbpx

(Video) ଚନ୍ଦୁ ଚାମ୍ପିୟନ ସ୍କ୍ରିନିଂରେ ବିଦ୍ୟାବାଲାନଙ୍କ ଟ୍ରାନ୍ସଫରମେସନକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ, ଦେଖନ୍ତୁ ଭିଡିଓ

Advertisement

ନୂଆଦିଲ୍ଲୀ: କାର୍ତ୍ତିକ ଆର୍ଯ୍ୟନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଚନ୍ଦୁ ଚାମ୍ପିୟନ ଆଜି ସିନେମା ହଲରେ ରିଲିଜ ହେଉଛି । ଏହି ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖାଯାଇଛି, ଯେଉଁ ବହୁ ବଲିଉଡ ଷ୍ଟାର ସାମିଲ ହୋଇଥିଲେ । ଅରଶଦ ବାରସୀ, ରୁଚାଚଡ୍ଡା, ଶରବରୀ ବାଘ, ରାନିତ ରାୟ, ଟାଇଗର ସ୍ରଫ ଏବଂ ସୁନୀଲ ଶେଟ୍ଟୀ ସମେତ ଅନେକ ଷ୍ଟାର ଚନ୍ଦୁ ଚାମ୍ପିୟନର ସ୍ପେଶାଲ ସ୍କ୍ରିନିଂରେ ପହଞ୍ଚିଥିଲେ । ହେଲେ ସେଠାରେ ବିଦ୍ୟା ବାଲାନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଇଭେଣ୍ଟରେ ବିଦ୍ୟା ବାଲାନ ବ୍ଲାକ ଡ୍ରେସରେ ପହଞ୍ଚିଥିଲେ । ଯେଉଁଠାରେ ତାଙ୍କ ଫିଜିକାଲ ଟ୍ରାନ୍ସଫର୍ମରମେସନ ସମସ୍ତଙ୍କୁ ଦେଖାଇ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ବିଦ୍ୟା ବାଲାନ ବଡି ସେମିଙ୍ଗକୁ ନେଇ ଖୋଲାଖୋଲି କଥାବାର୍ତ୍ତା ହୋଇଛନ୍ତି । ଗତ କିଛି ଦିନମାନଙ୍କରେ ବିଦ୍ୟାବାଲାନଙ୍କୁ ତାଙ୍କ ଓଜନ ପାଇଁ ଟ୍ରୋଲ ହେବାକୁ ପଡେ । କିନ୍ତୁ କାର୍ତ୍ତିକ ଆର୍ଯ୍ୟନଙ୍କ ଚନ୍ଦୁଚାମ୍ପିୟନଙ୍କ ସ୍ପେଶାଲ ସ୍କ୍ରିନିଂରେ ଯେତେବେଳେ ବିଦ୍ୟାବାଲାନ ପହଞ୍ଚିଲେ ତାଙ୍କ ଟ୍ରାନ୍ସଫରମେସନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଇଭେଣ୍ଟରେ ବିଦ୍ୟାବାଲାନ ଏକ ବ୍ଲାକ ବଡି ହ୍ୟାଙ୍ଗିଙ୍ଗ ଡ୍ରେସ ପିନ୍ଧି ପହଞ୍ଚିଥିଲେ, ଯେଉଁଥିରେ ସେ ପୂର୍ବ ଅପେକ୍ଷା ବହୁତ ପତଳା ନଜର ଆସିଥିଲେ ।

 

View this post on Instagram

 

A post shared by Instant Bollywood (@instantbollywood)

Get real time updates directly on you device, subscribe now.