fbpx

ମାଇକ୍ରୋସଫ୍ଟ୍-ଆପଲକୁ ପଛରେ ପକାଇ ବିଶ୍ୱରେ ନମ୍ବର-୧ ହେଲା nVIDIA

Advertisement

ମୁମ୍ୱାଇ: ଗତ କିଛି ମାସ ସେୟାର ବଜାରରେ ବୃଦ୍ଧି ନେଇ ନୂଆ ଇତିହାସ ସୃଷ୍ଟି କରିଛି ଆମେରିକୀୟ ଚିପ୍ ନିର୍ମାତା nVIDIA। ଚଳିତ ମାସରେ ପ୍ରଥମ ଥର ପାଇଁ ୩ ଟ୍ରିଲିୟନ ଡଲାରର ଏମକ୍ୟାପ୍ କ୍ଲବରେ ପ୍ରବେଶ କରିଥିବା କମ୍ପାନୀ ଏବେ ଆପଲ ଓ ମାଇକ୍ରୋସଫ୍ଟ ଭଳି କମ୍ପାନୀକୁ ପଛରେ ପକାଇଦେଇଛି ।

ରଏଟର୍ସ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ nVIDIAର ସେୟାର ୩.୫ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଉପରେ କମ୍ପାନୀର ମାର୍କେଟ କ୍ୟାପ ୩.୩୪ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏହା ବିଶ୍ୱର ଯେକୌଣସି ତାଲିକାଭୁକ୍ତ କମ୍ପାନୀ ତୁଳନାରେ ସର୍ବାଧିକ ।

ଏହା ମଧ୍ୟ କୁହାଯାଇପାରେ ଯେ nVIDIA ବର୍ତ୍ତମାନ ବିଶ୍ୱର ସବୁଠାରୁ ମୂଲ୍ୟବାନ ପବ୍ଲିକ ଲିଷ୍ଟ କମ୍ପାନୀ । ଚଳିତ ବର୍ଷ, ବର୍ତ୍ତମାନ ସୁଦ୍ଧା nVIDIAର ଷ୍ଟକ୍ ୧୭୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଅକ୍ଟୋବର ୨୦୨୨ଠାରୁ nVIDIAର ଷ୍ଟକ ପ୍ରାୟ ୧୧୦୦ ପ୍ରତିଶତ ବୃଦ୍ଧି ପାଇଛି ।

୨ ଟ୍ରିଲିଅନ୍ ଡଲାରରୁ ୩ ଟ୍ରିଲିୟନ ଡଲାରରେ ପହଞ୍ଚିବା ପାଇଁ କଂପାନିକୁ ମାତ୍ର ୯୬ ଦିନ ଲାଗିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଯେତେବେଳେ nVIDIA ସାଉଦି ଆରାମକୋକୁ ପଛରେ ପକାଇଥିଲା, ସେତେବେଳେ ଏହାର ମୂଲ୍ୟ ୨.୦୫୬ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଥିଲା । ଅର୍ଥାତ୍ ଗତ ୩ ମାସ ମଧ୍ୟରେ nVIDIAର ମୂଲ୍ୟ ୧ ଟ୍ରିଲିୟନ ଡଲାର ବୃଦ୍ଧି ପାଇଛି।

ଏହା ପୂର୍ବରୁ ଫେବୃଆରୀରେ ଆମାଜନ, ଗୁଗୁଲର ମୂଳ କମ୍ପାନୀ ଆଲଫାବେଟ୍ ଏବଂ ଫେସବୁକର ମୂଳ କମ୍ପାନୀ ମେଟା ଭଳି କମ୍ପାନୀକୁ ପଛରେ ପକାଇ nVIDIA ଆମେରିକା ବଜାରର ତୃତୀୟ ବୃହତ୍ତମ କମ୍ପାନୀ ହୋଇଥିଲା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଚାହିଦା ଯୋଗୁଁ ଏନଭିଡିଆ ସେୟାରକୁ ସାହାଯ୍ୟ କରାଯାଉଛି ।

Get real time updates directly on you device, subscribe now.