ବଲାଙ୍ଗୀର,୨୧ା୩: ଚକମା ଦେଖାଇ ୧୭ ବର୍ଷ ଧରି ଲୁଚି ଲୁଚି ବୁଲୁଥିଲେ ଅଧିକାରୀ । ଶୁକ୍ରବାର ଧରିଛି ଭିଜିଲାନ୍ସ । ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ପୂର୍ବତନ ଭୂଅର୍ଜନ ଅଧିକାରୀଙ୍କୁ ଆଜି ଧରିଛି ଭିଜିଲାନ୍ସ । ସେ ହେଲେ ବିନୟ ଗଡ଼ନାୟକ । ଆଜକୁ ୧୭ ବର୍ଷ ଧରି ସେ ଲୁଚିଲୁଚି ବୁଲୁଥିଲେ । ତାଙ୍କୁ ଢେଙ୍କାନାଳର ପରଜଙ୍ଗରୁ ଗିରଫ କରିଛି ଭିଜିଲାନ୍ସ ।