AEE ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର: ଆଉ ଜଣେ ବାବୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଗତ କାଲି ଗ୍ରାମ୍ୟ ଉନ୍ନୟନ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ରେଡ ହୋଇଥିବା ବେଳେ ଆଜି ବ୍ରହ୍ମପୁର R & B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ। AEE ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ।

ବ୍ରହ୍ମପୁର ଓ ଭୁବନେଶ୍ୱର ସମେତ ଏକକାଳୀନ 4ଟି ସ୍ଥାନରେ କରାଯାଉଛି ରେଡ। ବ୍ରହ୍ମପୁର ଧର୍ମନଗର, ମୟୂରୀ ବିହାର ସ୍ଥିତ ଘର ସହ ଅଫିରେ ମଧ୍ୟ ଚଢ଼ାଉ। ବ୍ରହ୍ମପୁର ଧର୍ମନଗରରେ ଗୋଟିଏ ଫ୍ଲାଟ ରହିଥିବାବେଳେ ବର୍ତ୍ତମାନ ଭୁବନେଶ୍ୱର ସହିଦନଗରରେ ଥିବା ଫ୍ଲାଟରେ ଚାଲିଛି ରେଡ।