ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ, ପୈତୃକ ଘର ସମେତ ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍

କଟକ: ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ କୁବେର ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ପୈତୃକ ଘର ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର, ପୁରୀ, କଟକ, ଯାଜପୁର, କେନ୍ଦୁଝରରେ ରେଡ୍ ଚାଲିଥିବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ୱର ସହିଦ ନଗର ୟୁନିଟ୍ ୯ରେ ଥିବା ଜଗନ୍ନାଥ ମ୍ୟାନସନ୍ର ତୃତୀୟ ମହଲାରେ ଥିବା ରେସିଡିସନ୍ସିଆଲ୍ ଫ୍ଲାଟରେ ଚଢାଉ କରାଯାଇଛି । ଏଥିସହ ଯାଜପୁର ବ୍ୟାସନଗର ସ୍ଥିତ ମା’ ତାରିଣୀ ଆପାର୍ଟମେଣ୍ଟ, ଦୋକାନ, କୋରେଇରେ ଥିବା ତିନି ମହଲା କୋଠା, ଷ୍ଟୋର ହାଉସ ସମେତ ପୁରୀ ସଦରରେ ଥିବା ଧର୍ମ ହେଭେନ ଆପାର୍ଟମେଣ୍ଟରେ ଚଢ଼ାଉ କରାଯାଇଛି । କେନ୍ଦୁଝର ସ୍ଥିତ ସରକାରୀ ବାସଭବନ, ଅଫିସ୍, କଟକ ରାମକାପୁର ପୈତୃକ ବାସଭବନ, ସାଲେପୁର ବ୍ଲକ ପିକୋଳ ପଞ୍ଚାୟତ ବଣହାର ଗ୍ରାମରେ ଥିବା ଶ୍ୱଶୁର ଘର, ବନ୍ଧୁବାନ୍ଧବଙ୍କ ଘର ଆଦି ସ୍ଥାନରେ ଛାପା ମାରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ୩୬ଟି ପ୍ଲଟ୍‌, ୩ଟି ଫ୍ଲାଟ୍‌, ଯାଜପୁର କୋରେଇରେ ୩ ମହଲା କୋଠା ଏବଂ ଏକ ଗାଡ଼ି ଜବତ କରାଯାଇଛି । ତେବେ ଏନେଇ ଅଧିକ ଖୋଳତାଡ଼ ଜାରି ରହିଛି ।

 

Get real time updates directly on you device, subscribe now.