fbpx

ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର,୧୧ ।୨(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ବଲାଙ୍ଗୀର ବନ ବିଭାଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କେଶବଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଡେପୁଟି ରେଞ୍ଜରଙ୍କ ଅଫିସ ସହ ସାଗରପଡା, ଇନ୍ଦ୍ରାନଗର ଓ ଗୁପ୍ତେଶ୍ୱରନଗରରେ ଥିବା ଘରେ ରେଡ୍ ହୋଇଛି । ସୋନପୁର ସହରର ମଝିଆପଡାସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

Get real time updates directly on you device, subscribe now.