fbpx

ବିଜୟ ଦେବରକୋଣ୍ଡାଙ୍କ ବଡ ଘୋଷଣା- ଦାନ କରିବେ ନିଜର ସମସ୍ତ ଅଙ୍ଗ,କହିଲେ…

ନୂଆଦିଲ୍ଲୀ:  ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତା ବିଜୟ ଦେବରକୋଣ୍ଡା ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ଶୁଣିଲେ ଆପଣ ତାଙ୍କ ଉପରେ ଗର୍ବ କରିବେ। ନିଜର ସମସ୍ତ ଅଙ୍ଗ ଦାନ କରିବେ ବୋଲି ଘୋଷଣା କରିଛନ୍ତି ଦେବରକୋଣ୍ଡା। ଏକ ମେଡିକାଲ୍ ଇଭେଣ୍ଟରେ ଏହି ବିଷୟରେ ଆଲୋଚନା ସମୟରେ ଲୋକଙ୍କୁ ଅଙ୍ଗଦାନ କରିବାକୁ ପ୍ରୋତ୍ସାହିତ କରିଛନ୍ତି ଦେବରକୋଣ୍ଡା।

ଆଉ ସବୁଠୁ ଖାସ୍ କଥା ବିଜୟ ଦେବରକୋଣ୍ଡାଙ୍କ ମାଆ ମଧ୍ୟ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକଙ୍କୁ ଅଙ୍ଗଦାନ କରିବା ପାଇଁ ଉତ୍ସାହିତ କରିବା ସମୟରେ ଦେବରକୋଣ୍ଡା କହିଛନ୍ତି, ମୁଁ ମୋର ସମସ୍ତ ଅଙ୍ଗ ଦାନ କରିବି। ମୋର ଜୀବନ ଚାଲି ଯିବା ପରେ କାହାରି ଅଂଶ ହୋଇ ସବୁ ଦିନ ସାହାଯ୍ୟ କରିବାରେ ମୋତେ ବହୁତ ଭଲ ଲାଗିବ। ମୁଁ ଏବଂ ମୋର ମାଆ ଅଙ୍ଗଦାନ କରିବା ପାଇଁ ନାମ ପଞ୍ଜିକରଣ କରିଛନ୍ତି। ଏହା ଏକ ମହତ କାମ, ଯାହା ଜରିଆରେ ଆପଣ କୌଣସି ନା କୌଣସି ଜୀବନ ବଞ୍ଚାଇ  ପାରିବା।

ଅଭିନେତା  କହିଛନ୍ତି, ବହୁତ ସର୍ଜରୀ କେବଳ ଡୋନରଙ୍କ ପାଇଁ ହୋଇଥାଏ। ଏହା ଉପରେ ବିଶ୍ଵାସ କରିବା ମୁସ୍କିଲ ଯେ, ଏତେ ମାତ୍ରାରେ ଲୋକେ ନିଜର ଅଙ୍ଗଦାନ କରି ଅନ୍ୟଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରୁଛନ୍ତି। ଏହା ବହୁତ ଭଲ କାମ। ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସକ ଖୁବ୍ ପ୍ରଶଂସା କରିଛନ୍ତି। ପ୍ରଶଂସକ ବିଜୟ ଦେବରକୋଣ୍ଡାଙ୍କୁ ରିୟଲ ଲାଇଫର ହିରୋ ଦର୍ଶାଇଛନ୍ତି। ଜଣେ ୟୁଜର ଲେଖିଛନ୍ତି- ଆପଣଙ୍କ ହୃଦୟ ବହୁତ ବିଶାଳ। ଆଉ ଜଣେ ଲେଖିଛନ୍ତି, ଆପଣଙ୍କ ସମ୍ମାନ ଆହୁରି ବଢି ଯାଇଛି। ବାସ୍ତବରେ ଆପଣ ଅନ୍ୟମାନଙ୍କ ପାଇଁ ପ୍ରେରଣା।

ବିଜୟ ଆଗାମୀ ଫିଲ୍ମରେ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ସହିତ ନଜର ଆସିବେ। ଅଭିନେତାଙ୍କ ଫିଲ୍ମ ଲାଇଗର ବକ୍ସ ଅଫିସରେ ସଂପୂର୍ଣ୍ଣ ଭାବେ ବିଫଳ ରହିଥିଲା। ଏବେ ଦେଖିବା ବାକି ରହିଲା ତାଙ୍କର ଆଗାମୀ ଫିଲ୍ମ ବକ୍ସ ଅଫିସରେ କେମିତି ପ୍ରଦର୍ଶନ କରୁଛି।

Get real time updates directly on you device, subscribe now.