ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଖୁବ ଭାଇରାଲ ହେଉଛି। ତେବେ ବର୍ତ୍ତମାନ ଆଉ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଯାହାକୁ ଆପଣ ଦେଖିବା ପରେ ନ ହସି ରହିପାରିବେନି।
ଭିଡିଓରେ ଜଣେ ମହିଳା ନିଜ ଘର ବାହାରେ ପିଆଜ କାଟିବା ଲାଗି ବସିଛନ୍ତି। ସାଧାରଣତଃ ପିଆଜ କାଟିବା ସମୟରେ ଆଖିରୁ ପାଣି ବାହାରି ଥାଏ। କିନ୍ତୁ ଏହି ମହିଳା ଜଣକ ଏପରି ଟେକ୍ନିକ ବ୍ୟବହାର କରିଛନ୍ତି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ସେ ମୁଣ୍ଡରେ ଓଢ଼ଣୀ ଦେଇଛନ୍ତି ହେଲେ ଆଖି ପୋଡ଼ିବାଠାରୁ ଦୂରେଇ ରହିବା ଲାଗି ସେ ଆଖିରେ ଏକ ସେଲୋଟେପ ଗୁଡାଇ ଦେଉଛନ୍ତି। ଯାହା ସବୁଠୁ କୌତୁହଳ କଥା। ସେ ଆଖିରେ ସେଲୋଟେପ ମାରି ନିଜ ଓଢଣୀରେ ମାରୁଛନ୍ତି।
प्याज़ काटने की ये तकनीक देश से बाहर नहीं जानी चाहिए.. 🤣🤣 pic.twitter.com/JxSsxlwskW
— BITTU SHARMA 4.O (@HinduHunDilse) May 17, 2025
ଏହି ଦେଶୀ ଟେକ୍ନିକକୁ ଦେଖି ଲୋକେ ହସିବାରେ ଲାଗିଛନ୍ତି। କିଏ କହୁଛି, ନାସା ଲୋକେ ଖୁଡ଼ିଙ୍କ ଠାରୁ ଶିଖିବା ଆବଶ୍ୟକ। ଅନ୍ୟ କିଏ ଲେଖୁଛନ୍ତି ଯେ, ଏହା ଭାରତର ଅସଲି ବ୍ରେନପାୱାର। ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି।