fbpx

ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ: ନାମାଙ୍କନ ବନ୍ଦ, ଦେଖନ୍ତୁ ଭିଡ଼ିଓ

ମୋହନା(ଓଡ଼ିଶା ଭାସ୍କର): ଭୋଟର ତାଲିକାରେ ନାଁ ନଥିବା ଯୋଗୁଁ ପଞ୍ଚାୟତ ଅଫିସରରେ ତାଲା । ଏହା ସହ ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସାମ୍ନାରେ ବସି ଧାରଣା ଦେଇଛନ୍ତି ଗ୍ରାମବାସୀ । ଚଳିତ ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲା ମୋହନା ପଞ୍ଚାୟତ ଧନୁପଙ୍କ ଗ୍ରାମର କୌଣସି ବି ଭୋଟରଙ୍କ ନାଁ ଭୋଟର ତାଲିକାରେ ନାହିଁ । ଏନେଇ କ୍ଷୋବ୍ଧ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ତେବେ ୫ଟି ୱାର୍ଡର ଅଧିକାଂଶ ଲୋକଙ୍କ ନାଁ ତାଲିକାରୁ କଟିଯାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ଭୋଟ ଦେବାକୁ ବଞ୍ଚିତ ହେବା ସହ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ମଧ୍ୟ ଦାଖଲ କରିପାରୁ ନାହାଁନ୍ତି । ଅଫିସରରେ ତାଲା ପଡ଼ିଥିବାରୁ ନାମାଙ୍କନ ଦାଖଲ କାର୍ଯ୍ୟ ବନ୍ଦ ରହିଥିବା ସୂଚନା ମିଳିଛି । ଅନ୍ୟପଟେ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ଆଉ ଗୋଟିଏ ଦିନ ରହିଛି । ଜାନୁଆରୀ ୨୧ ରେ ନାମାଙ୍କନର ଶେଷ ତାରିଖ ରହିଛି । ପ୍ରଶାସନ ଏହାକୁ ଗୁରୁତର ସହ ନେଇ ସମାଧାନ ନକଲେ କେହି ବି ଧାରଣାରୁ ହଟିବେନି ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.