fbpx

କାହିଁକି କଂଗ୍ରେସରେ ମିଶିଲେ ଭିନେଶ ଫୋଗାଟ୍ ? କହିଲେ ଏହି ବଡ଼ କାରଣ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ରାଜନୀତିରେ ପାଦ ଥାପିଛନ୍ତି ବିଶିଷ୍ଟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ । ଶୁକ୍ରବାର ଭିନେଶ କଂଗ୍ରେସରେ ସାମିଲ ହୋଇଥିଲେ ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା । କଂଗ୍ରେସରେ ସାମିଲ ହେବାର କିଛି ଘଣ୍ଟା ପରେ ତାଙ୍କୁ ଦଳ ପକ୍ଷରୁ ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଟିକେଟ୍ ଦିଆଯାଇଥିଲା । ସେ ଜୁଲାନା ଆସନରୁ ନିର୍ବାଚନ ଲଢ଼ିବେ ।

କଂଗ୍ରେସରେ ସାମିଲ ହେବା ନେଇ ଭିନେଶ ସମସ୍ତ କଳ୍ପନାଜଳ୍ପନାର ଅନ୍ତ କରି ସେ କହିଛନ୍ତି, ‘ଯେତେବେଳେ ସେ ଓ ଅନ୍ୟ ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ସ୍ୱର ଉଠାଇଥିଲେ ତେବେ ଦୁର୍ଭାଗ୍ୟର ବିଷୟ ଯେ ବିଜେପି ସହଯୋଗ କରିନଥିଲା । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ସାଥ୍ ଦେଇଥିଲା । ସେଥିପାଇଁ ସେ କଂଗ୍ରେସରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋତେ ଅତ୍ୟନ୍ତ ଗର୍ବ ଅନୁଭବ ହେଉଛି କି ମୁଁ ଏଭଳି ଏକ ଦଳର ଅଂଶ ଯିଏ ମହିଳାଙ୍କ ସୁରକ୍ଷା ପାଇଁ ସବୁବେଳେ ଛିଡ଼ା ହୋଇଛି । ଦଳର ଶୀର୍ଷ ନେତୃତ୍ୱଙ୍କ ଆଶା ଅନୁରୂପ କାର୍ଯ୍ୟ କରିପାରିବି ବୋଲି ମୋର ବିଶ୍ୱାସ । କହିରଖୁଛୁ ଅକ୍ଟୋବର ୫ରେ ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୮ରେ ନିର୍ବାଚନର ଫଳାଫଳ ଘୋଷଣା ହେବ ।

Get real time updates directly on you device, subscribe now.